ରାଜଧାନୀରେ ମାତିଲେ ଲୁଟେରା । ଲୁଟି ନେଲେ ଏଟିଏମ | ପ୍ରଥମେ ଏଟିଏମକୁ ଭାଙ୍ଗି ଟଙ୍କା ବାହାର କରିବାକୁ ଚେଷ୍ଟା କଲେ ଦୁର୍ବୃତ୍ତ | କିନ୍ତୁ ଟଙ୍କା ନ ବାହାରିବାରୁ ଏସବିଆଇ ଏଟିଏମକୁ ଉଠାଇ ନେଲେ | ଶିଶୁପାଳଗଡ଼ ଲିଙ୍ଗିପୁର ହାଉସିଂବୋର୍ଡ ଛକରେ ଥିବା ଏଟିଏମକୁ ଲୁଟ କରିଛନ୍ତି ଦୁର୍ବୃତ୍ତ | ଏଟିଏମକୁ ଘୋଷାଡି ଘୋଷାଡି କିଛିବାଟ ନେଲେ । ପରେ ଏଟିଏମକୁ ଟେକି ନେଇଯାଇଥିବା ସୂଚନା ମିଳିଛି । ତେବେ ଏଟିଏମର ଓଜନ ପାଖାପାଖି ୩ କୁଇଣ୍ଟାଲ ହେବ । ତେଣୁ ଏତେ ବଡ ମେସିନକୁ କିଭଳି ନେଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି | ଘଟଣାସ୍ଥଳରେ ଧଉଳି ଥାନା ପୋଲିସର ଛାନ ଭିନ୍ କରିଛି | ଏଟିଏମରେ ୨୪ ଲକ୍ଷରୁ ଅଧିକ ଟଙ୍କା ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି |
ସୋମବାର ବିଳମ୍ୱିତ ରାତ୍ରିରେ ଘଟିଛି ଏହି ଘଟଣା । ଏଟିଏମ୍ ଭିତରେ ଓ ବାହାରେ ପଡ଼ିଛି ଟେଣ୍ଡହାଉସ କପଡ଼ା । କେମିତି ଏଟିଏମ ଭିତରକୁ ଟେଣ୍ଟ କପଡ଼ା ଗଲା । ଏଥିରେ ଟେଣ୍ଟ ହାଉସର କର୍ମଚାରୀଙ୍କ ସମ୍ପୃକ୍ତି ରହିଛି କି ? ଏମିତି ଅନେକ ଦିଗକୁ ନେଇ ପୋଲିସ ତନାଘନା ଆରମ୍ଭ କରିଛି ।