ନକଲି କଏନ ପ୍ରସ୍ତୁତ କରି ହେଉଛନ୍ତି କରୋଡ଼ପତି । ଆପଣ ଦେଖନ୍ତୁ ଆପଣଙ୍କ ପକେଟରେ ନକଲି ନୋଟ୍ କିମ୍ବା ନକଲି କଏନ ନାହିଁ ତ ? କାରଣ ପଞ୍ଜାବର ବାହାଦୁର ଗଡର ପୋଲିସ ଏକ ନକଲି କଏନ କାରଖାନା ଠାବ କରିଛି । ରାତାରାତି କୋଟିପତି ହେବାର ନିଶା ମଣିଷକୁ ବିପଥଗାମୀ କରାଇଥାଏ । ଆଉ ଠିକ୍ ଏଇମିତି ଏକ ଘଟଣା ଦେଖିବାକୁ ମିଳିଛି ପଞ୍ଜାବରେ । ଫରିଦାବାଦ ଅଞ୍ଚଳରେ ଜାତୀୟ ରାଜପଥ ଉପରୁ ପଞ୍ଜାବର ବାହାଦୁର ଗଡ ପୋଲିସ ଏକ ଗାଡିକୁ ଘେରାବନ୍ଦି କରିଥିଲା । ସେହି ଗାଡ଼ିରେ ଥିବା ୪ ଜଣଙ୍କୁ ପୁଲିସ ଗିରଫ କରି ପଚରାଉଚୁରା କରିବାରେ ସେମାନେ କିଛି କହି ନଥିଲେ । ସେହି ଗାଡ଼ିରେ ୪ ଜଣଙ୍କ ଭିତରେ ଜଣେ ମହିଳା ୩ ଜଣ ପୁରୁଷ ଥିଲେ । ତାଙ୍କ ଗାଡିରୁ ପ୍ରଚୁର ନକଲି କଏନ ଜବତ୍ କରାଯାଇଛି । ଯାହାକୁ ଦେଖି ପୁଲିସ ବାଲାଙ୍କ ହୋସ ଉଡ଼ିଗଲା । ଗାଡ଼ିକୁ ଧରିଲା ପରେ କଏନ କାରଖାନା ଠାବ ହୋଇଥିଲା । ସେଠାରୁ କାରଖାନା ସହିତ ଅନେକ କଏନ ଜବତ୍ କରାଯାଇଛି । ଏହି ନକଲି କଏନ ଫ୍ୟାକ୍ଟ୍ରିରୁ ୩ ମାସ ଭିତରେ ୩୦ କୋଟି ଟଙ୍କା ତିଆରି ହୋଇ ସପ୍ଲାଏ ହୋଇଛି । ବଡ଼ ବଡ଼ ମେସିନ ଲଗାଇ ପ୍ରଚୁର ପରିମାଣରେ ନକଲି କଏନ ତିଆରି କରି ବଜାରରେ ସପ୍ଲାଏ କରାଯାଇଛି । ଏହି ଫ୍ୟାକ୍ଟ୍ରିରେ ଏମିତି କଏନ ତିଆରି କରାଯାଏ ଯେ ଅସଲି ଆଉ ନକଲି ଭିତରେ କିଛି ଫରକ ଜଣାପଡ଼େ ନାହିଁ ।
ଦେଖିବାକୁ ଗଲେ କେତେ କାଳରୁ ଆମେ ନକଲି କଏନକୁ ଅଣଦେଖା କରିଆସୁଛେ । ଲୋକମାନଙ୍କ ଜାଣିବାରେ କଏନ କେବେ ନକଲି ନୁହେଁ । ନୋଟବନ୍ଦି ସମୟରେ ୫୦୦ ଆଉ ହଜାରିକିଆ ନୋଟ ଗାଏବ ହୋଇଥିଲା, କିନ୍ତୁ କଏନ ସେହିପରି ଅଛି । ଏହାର ଫାଇଦା ନେଇ କିଛି ଲୋକ ନକଲି ନୋଟ ଓ କଏନ ତିଆରି କରିବାରେ ଲାଗିପଡିଲେ। ଆସନ୍ତୁ ଜାଣିବା ନକଲି ୧୦ ଟଙ୍କିଆ କଏନ କେମିତି ତିଆରି ହେଉଛି । ନକଲି କଏନ ତିଆରି କରିବା ପାଇଁ ବଜାରରୁ ନକଲି ରୁପାର ପତଳା ପଟି କିଣିଆଣନ୍ତି । ଏହି ପଟିକୁ କଟି° ମେସିନରେ ପକାଇ ପୁରା କଏନ ଆକାରରେ ରେଡି କରିଦିଅନ୍ତି । ଏକ ହାଇଡ୍ରୋଲିକ ମେସିନରେ ପକାଇ ଏହାକୁ ପୁରା ୧୦ ଟଙ୍କିଆ କଏନ ଭଳି କରି ଦିଅନ୍ତି । ଏମିତି ଫନିସି° କରି ତିଆରି କରାଯାଏ ଯାହାକି ଜଣାପଡ଼େ ନାହିଁ ଅସଲି କିଏ ଆଉ ନକଲି କିଏ ? ଡରିବାର କିଛି ନାହିଁ ଆମେ ଆପଣଙ୍କୁ ଜଣାଇଦେବୁ ଅସଲି କିଏ ଆଉ ନକଲି କଏନ କଣ ? ଆପଣ ଏହାକୁ ଜାଣିଲା ପରେ ଜାଣିପାରିବେ ଯେ ଆପଣଙ୍କ ପକେଟରେ ନକଲି ଆସଲି କଏନ କଣ ଅଛି ? ଆସନ୍ତୁ ଦେଖନ୍ତୁ ନକଲି ୧୦ ଟଙ୍କିଆ କଏନ କେମିତି ? ଅସଲି ନୋଟ ଉପରେ ଗୋଲ୍ଡ ଲାଇନ ଓ ସିଲଭର ଲାଇନକୁ କ୍ରସ କରି ୧୦ ଲେଖା ଯାଇଥାଏ ମାତ୍ର ନକଲି କଏନ ଉପରେ ଠିକ୍ ମଝାମଝିରେ ୧୦ ଲେଖା ଯାଇଥାଏ । ନକଲି କଏନକୁ ଚିହ୍ନିବାରେ ଏଇଟା ହିଁ ସବୁଠାରୁ ବଡ଼ ତରିକା । ନକଲି କଏନ ଚିହ୍ନିବାରେ ଦିତୀୟ ତରିକା ଏଇଟା କି ନକଲି କଏନ ଉପରେ ୧୫ ଲାଇନ ଅଛି ମାତ୍ର ଅସଲି କଏନ ଉପରେ ୧୦ ଲାଇନ ମହଜୁଦ ଅଛି। ଏହା ଛଡା ନକଲି କଏନରେ ଭାରତ ଓ ଇଣ୍ଡିଆ ଯୋଡ଼ି ହୋଇ ଲେଖା ଯାଇଛି । ମାତ୍ର ଅସଲି କଏନରେ ଭାରତ ଓ ଇଣ୍ଡିଆ ଅଲଗା ଅଲଗା ହୋଇ ଲେଖା ଯାଇଛି । ଏଇ ତରିକାରେ ଆପଣ ଜାଣିପାରିବେ ଆପଣଙ୍କ କଏନ ଅସଲି ବା ନକଲି । ଆପଣ ଏବେ ଜାଣନ୍ତୁ ଭାରତରେ ଏକ ଟଙ୍କିଆ,୨ ଟଙ୍କିଆ,୫ ଟଙ୍କିଆ କଏନ ଷ୍ଟେନଲେସ ଷ୍ଟିଲରେ ତିଆରି ହୋଇଥାଏ । ଆପଣ ଦେଖୁଥିବା ୧୦ ଟଙ୍କିଆ ମଝିରେ ଥିବା ସିଲଭର ପ୍ଲେଟଟି କପର ଓ ନିକେଲରେ ତିଆରି ହୋଇଥାଏ । ଏହାର କଡ଼ରେ ଥିବା ଗୋଲ୍ଡ ବୋର୍ଡର ଦେଖୁଛନ୍ତି ତାହା ଆଲୁମିନିୟମ ବ୍ରୋଞ୍ଜ ମେଟାଲ ତିଆରି କରାଯାଇଥାଏ । ନକଲି କଏନ ଜବତ ସହିତ ନକଲି ନୋଟର କାରଖାନା ମଧ୍ୟ ଜବତ କରାଯାଇଛି । ଠିକ୍ ସେହିପରି କପାରେ ତିଆରି ହୋଇଥିବା କାଗଜକୁ ନକଲି ନୋଟ ତିଆରି କରିବାରେ ବ୍ୟବହାର କଲେ । ଏହି କାଗଜ ଏମିତି ଯେ ଆପଣ ଛୁଇଁ କି ବି ଜାଣିପାରିବେନି ଏହି ନୋଟ ଅସଲି ବା ନକଲି । ନକଲି ନୋଟ୍ ତିଆରି କରିବାରେ ଗୋଟିଏ ସ୍କାନର ମେସିନରେ ଅସଲି ନୋଟ୍ ରଖି କଟନ କାଗଜକୁ ପକାଇ ଏକ ପ୍ରିଣ୍ଟ ଆଉଟ୍ ନିଆଯାଏ । ଏହିପରି ନୋଟର ଆର ପାଖ ମଧ୍ୟ ପ୍ରିଣ୍ଟ ଆଉଟ୍ ନେଇ ନିଆଯାଏ । ଏହାକୁ ନକଲି ନୋଟ୍ ହିସାବରେ କାଟି ପୁରା ଅସଲି ନୋଟ୍ ଭଳି ତିଆରି କରିଦିଆଯାଏ । ଅସିଲି ନୋଟ୍ କରିବା ପାଇଁ ଆହୁରି ଅନେକ ତରିକା ଆପଣା ଯାଏ ଯେମିତିକି ଆପଣ ଦେଖୁଥିବା ଅସିଲି ନୋଟରେ ଥିବା ସିଲଭର ପଟି ଯେମିତି ଥାଏ ଠିକ୍ ସେମିତି ନକଲି ନୋଟରେ ମଧ୍ୟ ଲଗାଯାଇଥାଏ । ବଜାରରେ ସିଲଭର ରଙ୍ଗର ଟେପ୍ ମିଳିଥାଏ । ଏହି ଟେପକୁ ବହୁ ସାବଧାନ ସହକାରେ କାଟି ଅସିଲି ନୋଟ୍ ଭାବେ ଚିପକେଇ ଦିଆଯାଇଥାଏ । ଯାହାଫଳରେ ଆପଣ ଅସିଲି ଆଉ ନକଲି ଚକ୍କରରେ ଧୋକା ଖାଇଯିବେ । ତେଣୁ ଆପଣ ନକଲି କଏନ କିମ୍ବା ନୋଟ୍ ଚଲେଇବା ପାଇଁ କେବେ ବି ଚେଷ୍ଟା କରନ୍ତୁ ନାହିଁ । ଆପଣଙ୍କୁ ଜେଲ୍ ଜୋରିମାନା ହୋଇ ଜେଲରେ କେତେ ଦିନ ସଜା କାଟିବେ ତାର ଠିକଣା ନାହିଁ । କୋୖଣସି ନକଲି କଏନ କିମ୍ବା ନୋଟ୍ ପାଇଲେ ତୁରନ୍ତ ପୋଲିସ କିମ୍ବା ବ୍ୟାଙ୍କକୁ ଜଣାନ୍ତୁ । କ୍ରିପଟୋକରେନସି କେତେ ଦୂର ଗ୍ରହଣଯୋଗ୍ୟ, ଏଥିପାଇଁ ସରକାର ଡିଜିଟାଲ ଟ୍ରାନଜେକ୍ସନ ଉପରେ ଜୋର ଦେଉଛନ୍ତି । ମାତ୍ର ଭାରତରେ ତାହା ସଫଳ ମାତ୍ରାରେ କାର୍ଯ୍ୟକାରୀ ହୋଇପାରୁ ନାହିଁ । ଭାରତରେ ଆଜି ମଧ୍ୟ ଅନାହାର କଷ୍ଟରୁ ବର୍ତିପାରିନାହାନ୍ତି ଯେଉଁଠି ସେଠି ଡିଜିଟାଲ ଟ୍ରାନଜେକ୍ସନ ସ୍ୱପ୍ନ ।