ଭୂମିକମ୍ପରେ ଥରିଲା ୪ ଜିଲ୍ଲା | ରାଜ୍ୟର ୪ ଜିଲ୍ଲାରେ ଅନୁଭୂତ ହୋଇଛି ମୃଦୁ ଭୂମିକମ୍ପ । କନ୍ଧମାଳ, ବୌଦ୍ଧ, ନୟାଗଡ଼ ଓ ଗଞ୍ଜାମରେ ମୃଦୁ ଭୂମିକମ୍ପ ହୋଇଛି । ଆଜି ସକାଳ ୧୧ଟା ୧୯ରେ ଅଳ୍ପ ସମୟ ପାଇଁ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ତେବେ କେହି କିଛି ବୁଝିବା ଆଗରୁ ଥରିବାକୁ ଲାଗିଲା ଭୂମି l ସମସ୍ତ ସ୍ଥାନରେ ଝଟକା ଅନୁଭୂତ ହୋଇଥିଲା । ତେବେ ଲୋକେ ଆତଙ୍କିତ ହୋଇଯାଇଥିଲେ | କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି |
ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ରହିଥିବା କୁହାଯାଇଛି। ନୟାଗଡ଼ ଓ ଗଞ୍ଜାମର ମଧ୍ୟବର୍ତ୍ତୀ ଅଞ୍ଚଳ ଭୂମିକମ୍ପର କେନ୍ଦ୍ରସ୍ଥଳ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି|