ମନରେଗା ଦୁର୍ନୀତି ରେ ତଦନ୍ତ ଦାବିକରି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଆଗରେ ଅନେକ ଦିନ ଧରି ଧାରଣା ଦେଇଥିବା ବାଂଶ ପଞ୍ଚାୟତର ଜବ କାର୍ଡଧାରୀ ମହିଳା ମାନଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ଆସିଛି । ଏନେଇ ଥାନରେ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ । lସୂଚନାଯୋଗ୍ୟ ଯେ ପ୍ରାୟ ୧୦ ଦିନ ହେଲା ଧାରଣାରେ ବସି ରହିଛନ୍ତି ଏହି ମହିଳାମାନେ । ହେଲେ ଏଠାରେ ପ୍ରଶାସନ ଏମାନଙ୍କୁ ନ୍ୟାୟ ଦେବାରେ ସକ୍ଷମ ହୋଇ ପାରୁନାହିଁ । ତା ବଦଳରେ ଏମାନଙ୍କୁ ଏଠାରୁ ଘଉଡ଼ାଇବାକୁ କରୁଥିବା ପ୍ରୟାସ କୁ ନେଇ ସ୍ଥାନୀୟ ପ୍ରଶାସନ ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୂର୍ବରୁ ମଧ୍ୟ ଏହି ଘଟଣାରେ ଉକ୍ତ ମହିଳା ମାନେ ଦୁଇ ଦୁଇଥର ଧାରଣାରେ ବସିଥିଲେ କିନ୍ତୁ ପ୍ରଶାସନ ପକ୍ଷରୁ ସେମାନଙ୍କୁ ୧୦ ଦିନ ମଧ୍ୟରେ ଘଟଣାର ତଦନ୍ତ କରାଯିବାର ମିଥ୍ୟା ପ୍ରତିଶ୍ରୁତି ଦିଆଯାଇଥିଲା ଏବଂ ସେମାନଙ୍କୁ ଧାରଣା ସ୍ଥଳରୁ ଉଠାଇ ଦିଆଯାଇଥିଲା । ଏବେକିନ୍ତୁ ମହିଳାମାନେ ନିଜ ଜିଦରେ ଅଟଳ ରହିଛନ୍ତି। ଅନ୍ୟପଟେ ଏହି ବ୍ଲକ ରେ ଝିପଝିପି ବର୍ଷା ଲାଗିରହିଛି। ହେଲେ ବର୍ଷାକୁ ଖାତିରି ନକରି ମହିଳାମାନେ ନ୍ୟାୟ ପାଇଁ ଓଦା ହୋଇ ଧାରଣାରେ ବସିରହିଥିବା ବେଳେ ଗତକାଲି ବିଳମ୍ବିତ ରାତି ସମୟରେ କିଛି ଅସଭ୍ୟ ବ୍ୟକ୍ତି ଆସି ଜିନିଷପତ୍ର ଭଙ୍ଗାରୁଜା କରିବା ସହିତ ଧାରଣାରୁ ନଉଠିଲେ ମାରିବା ପାଇଁ ଧମକ ଦେଇଛନ୍ତି l
#mgnrega #jagatsinghpur #odisha #NNSODIA