ଦେଶ ତଥା ସମଗ୍ର ବିଶ୍ୱରେ ଆଜି ପାଳିତ ହେଉଛି ଆନ୍ତର୍ଜାତୀୟ ମହିଳା ଦିବସ ଜ୍ଝ ମହିଳାଙ୍କ ଶକ୍ତି ଓ ସମ୍ମାନ ପାଇଁ ଆଜିର ଏହି ଦିନଟି | ଏହି ବିଶେଷ ଦିନରେ, ଆଜି ଆମେ ଆପଣଙ୍କୁ ଭାରତର ଏଭଳି କିଛି ମହିଳାମାନଙ୍କ ବିଷୟରେ କହିବାକୁ ଯାଉଛୁ , ଯେଉଁମାନେ ନା କେବଳ ସେମାନଙ୍କ କଠିନ ପରିଶ୍ରମ, ଉତ୍ସର୍ଗୀକୃତତା ଆଧାରରେ ଆନ୍ତର୍ଜାତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ବରଂ ଦେଶ ପାଇଁ ଆଣିଛନ୍ତି ବହୁ ସମ୍ମାନ | ଆସନ୍ତୁ ଜାଣିବା ଦେଶର ଏହି ଶକ୍ତିଶାଳୀ ମହିଳାମାନଙ୍କ ବିଷୟରେ ଏବଂ ତାଙ୍କର କେତେ ରହିଛି ସମ୍ପତ୍ତି ?
କିରଣ ମଜୁମଦାର ଶ- ସର୍ବପ୍ରଥମେ ଆମେ ଆଲୋଚନା କରିବା ବାୟୋକନ୍ ର ପ୍ରତିଷ୍ଠାତା କିରଣ ମଜୁମଦାର ଶଙ୍କ ବିଷୟରେ | ଦେଶର ସବୁଠାରୁ ଧନୀ ମହିଳାମାନଙ୍କ ମଧ୍ୟରେ କିରଣଙ୍କ ନାମ ଆଗେ ଆସେ | ହୁରୁନ୍ ଗ୍ଲୋବାଲ୍ ରିଚ୍ ତାଲିକା ୨୦୨୧ ଅନୁଯାୟୀ କିରଣଙ୍କ ସମ୍ପତ୍ତି ମୂଲ୍ୟ ୪.୮ ବିଲିୟନ ଡ଼ଲାର୍ |
ସ୍ମିତା ଭି କୃଷ୍ଣ|- ସେହିଭଳି ଗୋଡ୍ରେଜଙ୍କ ଉତ୍ତରାଧିକାରୀ ହେଲେ ସ୍ମିତା ଭି କୃଷ୍ଣ| | ୨୦୨୧ ହୁରୁନ୍ ଗ୍ଲୋବାଲ୍ ରିଚ୍ ତାଲିକାରେ ତାଙ୍କ ସ୍ଥାନ ଦୁଇ ନମ୍ବରରେ ଅଛି | ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ହେଉଛି ୪.୭ ବିଲିୟନ ଆମେରିକୀୟ ଡଲାର |
ମଞ୍ଜୁ ଦେଶବନ୍ଧୁ ଗୁପ୍ତା – ଲୁପିନ୍ ଲିମିଟେଡ୍ ର ସହ ପ୍ରତିଷ୍ଠାତା ଦେଶବନ୍ଧୁ ଗୁପ୍ତାଙ୍କ ପତ୍ନୀ ହେଲେ ମଞ୍ଜୁ ଦେଶବନ୍ଧୁ ଗୁପ୍ତା | ତାଙ୍କ ନାମ ମଧ୍ୟ ବହୁତ ଧନୀ ମହିଳାଙ୍କ ମଧ୍ୟରେ ଗଣନା କରାଯାଏ। ତାଙ୍କର ଆନୁମାନିକ ସମ୍ପତ୍ତି ମୂଲ୍ୟ ହେଉଛି ୩.୩ ବିଲିୟନ ଡ଼ଲାର୍ |
ଲୀନା ଗାନ୍ଧୀ ତିୱାରୀ- ଲୀନା ଗାନ୍ଧୀ ତିୱାରୀ ଜେନେରିକ୍ ଫାର୍ମାସ୍ୟୁଟିକାଲ୍ ଉତ୍ପାଦନକାରୀ କମ୍ପାନୀ ଟଝଠ ପ୍ରାଇଭେଟ ଲିମିଟେଡର ଚେୟାରମ୍ୟାନ୍ | ତାଙ୍କର ଆନୁମାନିକ ସମ୍ପତ୍ତି ମୂଲ୍ୟ ହେଉଛି ୨୧ ବିଲିୟନ ଡ଼ଲାର୍ | ରାଧା ବେମ୍ବୁ- ଜୋହୋ କର୍ପୋରେସନର ଅଧିକାଂଶ ଷ୍ଟେକ ହୋଲଡର ରାଧା ବେମ୍ବୁଙ୍କର ମୋଟସ ମ୍ପତ୍ତି ମୂଲ୍ୟ ହେଉଛି ୧.୭ ଆମେରିକୀୟ ଡ଼ଲାର୍ ବୋଲି ଦର୍ଶାଯାଇଛି |