ଗତକାଲି ମାଟ୍ରିକ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ମାନଙ୍କର ପରୀକ୍ଷାଫଳ ପ୍ରକାଶ ପାଇଛି । ବୋର୍ଡ ଅଫ ସେକେଣ୍ଡାରି ଏଜୁକେସନ୍ ତରଫରୁ କାଲି ସଂନ୍ଧ୍ୟା ୪ଟାରେ ବିଏସ୍ସି ର ଅଫିସିଆଲ୍ ୱେବ୍ସାଇଟରେ ଫଳାଫଳ ପ୍ରକାଶ କରାଯାଥିଲା । ଜଗତ୍ସିଂହପୁର ନାଉଗାଁ ବ୍ଲକ ଅନ୍ତର୍ଗତ ନନ୍ଦିଗ୍ରାମର ପଞ୍ଚାନନ ବିଶ୍ୱାଳଙ୍କ ସୁପୁତ୍ରୀ ମୋନାଲିସା ବିଶ୍ୱାଳ ୫୮୬ ମାର୍କ ରଖି ଟପ୍ପର ହୋଇଛନ୍ତି । ଏ ୱାନ ଗ୍ରେଡରେ ଓଡିଶାର ଏକ ନମ୍ବରରେ ଥିବା ମୋନାଲିସା ନାଉଗାଁ ଦହିପାଳରେ ଥିବା ନନ୍ଦକିଶୋର ଉଚ୍ଚ ବିଦ୍ୟାଳୟର ଛାତ୍ରୀ । ଗତକାଲି ସ୍ତୁଲ୍ ତରଡଫରୁ ମୋନାଲିସାଙ୍କୁ ସମ୍ବର୍ଦ୍ଧିତ କରା ଯାଇଛି । ଅପରପକ୍ଷେ ଦିନକୁ ଚଉଦରୁ ପନ୍ଦର ଘଣ୍ଟା ପରିଶ୍ରମ କରି ଭଲ ଫଳାଫଳ ଆଶା କରିଥିବା କିଛି ଛାତ୍ର ଛାତ୍ରୀ ନିଜ ଫଳାଫଳକୁନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ବିଦ୍ୟାଳୟ ଏବଂ ଜନଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଙ୍କ ସୂଚନା ଅନୂଯାୟୀ ସମସ୍ତ ସ୍କୁଲର ଅଧିକାଂଶ ଛାତ୍ରଛାତ୍ରୀ ପାସ କରିଛନ୍ତି । ରାଜ୍ୟର ପ୍ରାୟ ୫ଲକ୍ଷ୭୪ ହଜାର୧୨୫ ଜଣ ପରୀକ୍ଷାର୍ଥୀ ମାନଙ୍କ ମଧ୍ୟରୁ ୨୬୫୬ ଛାତ୍ରଛାତ୍ରୀ ଇ୧ ଗ୍ରେଡରେ ପାସ୍ କରିଥିବା ବେଳେ ୫୭୦୩ ଜଣ ଫେଲ୍ ହୋଇଛନ୍ତି ଏବଂ ୪୪୧୨ ଜଣ ପରୀକ୍ଷା ଦେଇପାରି ନାହାନ୍ତି । ସର୍ବ ମୋଟ ୫ଲକ୍ଷ ୬୨ହଜାର୧୦ଜଣ ଅର୍ଥାତ୍ ୯୭.୮୯% ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ପୂର୍ବ ବର୍ଷ ଠାରୁ ଚଳିତ ବର୍ଷର ମାଟ୍ରିକ୍ ପାସ୍ହାର ପ୍ରାୟ ୧୯.୧୩ ପ୍ରତିଶତ ବୃଦ୍ଧି ପାଇଛି । ଶିକ୍ଷା କ୍ଷେତ୍ରରେ ଏହା ଏକ ବଡ ସଫଳତା ବୋଲି କୁହାଯାଇପାରେ ।