ଏନଏନଏସ୍: କନ୍ଧମାଳ ଜିଲ୍ଲାରେ ପୁଣି ମାତିଲେ ମାଓବାଦୀ । ଘରୁ ଡାକି ନେଇ ସରପଞ୍ଚଙ୍କୁ ନିର୍ମମ ହତ୍ୟା କଲେ ମାଓବାଦୀ । ସୂଚନାଯୋଗ୍ୟ ଗତକାଲି ରାତି ପ୍ରାୟ ୧୦ଟାରେ କକଈଘ ସଙ୍ଗଠନର ୧୦ ଜଣ ସଶସ୍ତ୍ର ମାଓବାଦୀ ସୁବଳଙ୍କ ଘରକୁ ଆସି ବାହାରକୁ ଡାକିନେଇଥିଲେ । ଏହାପରେ ଘର ଠାରୁ ୨୦୦ ମିଟର ଦୂରରେ ସରପଞ୍ଚଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଗୁଳି ଶଦ୍ଦ ଶୁଣି ଗାଁ ଲୋକ ପୋଲିସକୁ ଖବର ଦେଇଥିଲେ । ପୂର୍ବତନ ସରପଞ୍ଚସୁବଳ କଣ୍ଟ୍ରାକ୍ଟର ଭାବେ କାମ କରୁଥିଲେ । ସେ ପୂର୍ବରୁ ନକ୍ସଲଙ୍କ ଟାର୍ଗେଟରେ ରହିଥିବା ଜଣାପଡିଛି । ସରପଞ୍ଚଙ୍କ ହତ୍ୟା ପରେ ଏବେ ଗାଁରେ ଭୟର ବାତାବରଣ ଖେଳିଯାଇଛି ।