ଉତ୍ତରପ୍ରଦେଶ ବାରଣାସୀର କାଶୀବିଶ୍ବନାଥ ମନ୍ଦିରର ରୂପାନ୍ତରିକରଣ କାର୍ଯ୍ୟକ୍ରମକୁ ଆଜି ଲୋକାର୍ପିତ କରିଛନ୍ତି ମୋଦି । ଏଥିସହିତ ବିଶ୍ବନାଥଙ୍କ ଲିଙ୍ଗରେ ଜଳାଭିଷେକ କରିଛନ୍ତି । ତେବେ ଆଜି ଦେଶର ସମସ୍ତ ଜ୍ୟୋତିରଲିଙ୍ଗ ଙ୍କ ନିକଟରେ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଓ ଦେଶର ପ୍ରାୟ ଏକାଵନ ହଜାର ସ୍ଥାନରେ ବଡ଼ ପରଦା ସାହାଯ୍ୟରେ ଦିବ୍ୟ କାଶୀ ଓ ଭବ୍ୟ କାଶୀ ସିଧା ପ୍ରସାରଣ କରାଯାଇଛି। ଆଜି ଜଗତସିଂହପୁର ଜିଲ୍ଲା ନାଉଗାଁ ସ୍ଥିତ ଜାଗୁଳେଇ ମନ୍ଦିରରେ ସିଧା ପ୍ରସାରଣ ଅନୁଷ୍ଠିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ବାବା ସତ୍ୟାନନ୍ଦ ମହାରାଜଙ୍କ ସଭାପତିତରେ ବହୁ ସାଧୁସନ୍ଥ ଯୋଗ ଦେଇଛନ୍ତି ।ଏଥିପାଇଁ ଏକ ଦିବ୍ୟ କାଶୀ ଓ ଭବ୍ୟ କାଶୀ କମିଟି ଗଠନ କରାଯାଇଛି। କମିଟିର ସଭାପତି ଭାବେ ସତ୍ୟବ୍ରତ ମହାପାତ୍ର, ସମ୍ପଦ ମହାପାତ୍ର, ସଂଯୋଜକ ଭାବେ ଜଗନ୍ନାଥ ଦାଶ, ବିଶ୍ବହିନ୍ଦୁ ପରିଷଦର ମାନସ ରଞ୍ଜନ ସ୍ୱାଇଁ, ରବୀନ୍ଦ୍ର ମିଶ୍ର, ଵିଜୟ କୁମାର ଦତ୍ତ, ରାଜ୍ୟ ଅନୁସୂଚିତ ଜାତି ସଭାପତି ବିଭୁପ୍ରସାଦ ତରାଇ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଉପେନ୍ଦ୍ର ନାଥ ବିଶ୍ଵାଳ, ସମ୍ପଦ ସ୍ୱାଇଁ, ସ୍ଥାୟୀ ସଦସ୍ୟ ଶିବବ୍ରତ ଦାସ, ଏହି ସମ୍ମିଳନୀରେ ସ୍ଥାୟୀ ସଦସ୍ୟ ଶିବବ୍ରତ ଦାସ,ମହିଳା ମୋର୍ଚ୍ଚା ସଭାନେତ୍ରୀ କ୍ରୀଷ୍ଣା ମହାନ୍ତି, ମିଡିଆ ସେଲର ଅଧ୍ୟକ୍ଷ ଗଣେଶ ପ୍ରସାଦ ମହାନ୍ତି ଯୋଗ ଦେଇଥିଲେ। ସେହିଭଳି ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ଉତ୍ସବକୁ ପାଳନ କରିଛନ୍ତି କେନ୍ଦ୍ରାପଡା ଜିଲ୍ଲାର ବିଜେପି, ବିଶ୍ବହିନ୍ଦୁ ପରିଷଦ ଓ ସାଧୁ ସନ୍ଥମାନେ । କେନ୍ଦ୍ରାପଡା ସହରର ତିନିମୁହାଣୀ ରାମ ମନ୍ଦିର ଓ କେନ୍ଦ୍ରାପଡା ତୁଳସୀକ୍ଷେତ୍ରରେ ଏହି ଉତ୍ସବ ପାଳନ କରାଯାଇଛି । ଭାରତର କୋଟିକୋଟି ହିନ୍ଦୁମାନଙ୍କର ଆରାଧନା ଶୈବପିଠ କାଶୀବିଶ୍ବନାଥର ଏହି ମନ୍ଦିରର ଅଲୌକିକ ଉତ୍ସବକୁ ସାଧୁସନ୍ଥ ମାନଙ୍କ ଗହଣରେ ପାଳନକରାଯାଇଛି । ସାରା ଜିଲ୍ଲାର ବିଭିନ୍ନ ମଠମନ୍ଦିରର ସାଧୁ ସନ୍ଥମାନେ ଉଭୟ ସ୍ଥାନରେ ଏକାଠି ହୋଇ ଏହି ଦିବ୍ୟ ଉତ୍ସବ ପାଳନ କରିଛନ୍ତି ।