ସାଲେପୁର,(ଏନଏନଏସ ଓଡ଼ିଆ/ ୦୧.୦୪): ଆଜି ସାଲେପୁର ଠାରେ ଉତ୍ସାହ ଉଦ୍ଦୀପନାର ସହ ଉତ୍କଳ ଦିବସ ପାଳନ କରାଯାଉଛି। ଉତ୍କଳ ପ୍ରଦେଶ ଗଠନ ରେ ଯେଉଁ ପ୍ରମୁଖ ବିନ୍ଧାଣି ମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣକରିଥିଲେ, ସେମାନେ ହେଲେ ଉତ୍କଳ ଗୌରବ ମଧୁସୂଦନ ଦାସ, ପାରଳା ମାହାରାଜା କୃଷ୍ଣଚନ୍ଦ୍ର ଗଜପତି,ବ୍ୟାସକବି ଫକୀରମୋହନ ସେନାପତି,ଉତ୍କଳ ମଣିଗୋପବନ୍ଧୁ ଦାସ,ସ୍ୱଭାବ କବି ଗଙ୍ଗାଧର ମେହେର,ରାଧାନାଥ ରାୟ ପ୍ରମୁଖ । ଓଡ଼ିଆ ଭାଷା ,ସାହିତ୍ୟ ଓ ସଂସ୍କୃତି କୁ ଉଜ୍ଜୀବିତ କରିବାପାଇଁ ତଥା ଓଡିଶା କୁ ସ୍ୱତନ୍ତ୍ର ଭାଷାଭିତ୍ତିକ ରାଜ୍ୟ ରେ ପରିଣତ କରିବାରେ ଆମର ଏହି ବରପୁତ୍ର ମାନଙ୍କ ଅବଦାନ ଚିର ସ୍ମରଣୀୟ।ଓଡିଶା ୧୯୩୬ମସିହା ଏପ୍ରିଲ ମାସ ୧ତାରିଖରେ ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟରେ ପରିଣତ ହୋଇଥିଲା। କିନ୍ତୁ ବିଡ଼ମ୍ବନା ର ବିଷୟ ଯେ ଓଡିଶା ର ଯେଉଁ ଵୀର ଓ ବରପୁତ୍ର ମାନେ ସେମାନଙ୍କ ତ୍ୟାଗ ନିଷ୍ଠା ଓ ଏକାଗ୍ରତା ବଳରେ ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟରେ ପରିଣତ କରିଛନ୍ତି, ସେମାନଙ୍କୁ ଆମେ କେତେ ମନେରଖିଛୁ ? ଯଦି ସରକାରୀ ସ୍ତରରେ ଆବଶ୍ୟକ ପଦକ୍ଷେପ ନିଆଯାନ୍ତା, ତେବେ ଓଡ଼ିଆ ଭାଷା କୁ ପ୍ରତ୍ୟକ କାର୍ଯ୍ୟାଳୟ ରେ ବାଧ୍ୟତାମୂଳକ କରାଯିବା ସହିତ ପ୍ରତ୍ୟକ ସରକାରୀ ଅଫିସ ପରିସରରେ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଆନ୍ତା, ତେବେ ଆଗାମୀ ପିଢ଼ୀ ହୁଏତ ମନେରଖିନ୍ତେ ବୋଲି କହିଛନ୍ତି ବିଶିଷ୍ଟ ବ୍ୟକ୍ତିବୃନ୍ଦ ।
ଏହି ଅବସରରେ ଉତ୍କଳଗୌରବ ମଧୁସୂଦନ ଙ୍କ ଜନ୍ମମାଟି ସାଲେପୁର ର ସତ୍ୟଭାମାପୁର୍ ରେ ବହୁ ସାହିତ୍ୟିକ, ସାଂସ୍କୃତିକ ଅନୁଷ୍ଠାନ ସମେତ ବୁଦ୍ଧିଜୀବୀ ଉପସ୍ଥିତ ରହି ଜନ୍ମମାଟିରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ସ୍ମୃତିଚାରଣ କରିଛନ୍ତି ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସଭାସମିତି ଆୟୋଜିତ ହେଉଅଛି।
(କଟକ ସାଲେପୁର ରୁ ସ୍ୱଦେଶ ରଞ୍ଜନ nns ଓଡ଼ିଆ )