ମନୀଷଙ୍କ ସାଙ୍ଗମାନେ ହିଁ ଥିଲେ ହତ୍ୟାପଛର ମୁଖ୍ୟ ଖଳନାୟକ। ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ମୃତ୍ୟୁ ମାମଲାର ହୋଇଛି ବଡ଼ ଖୁଲାସା। କିଭଳି ହୋଇଥିଲା ମନୀଷ ଦାସ ଙ୍କ ମୃତ୍ୟୁ? ତାଙ୍କୁ କିଏ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଥିଲା? କ’ଣ ଥିଲା କାରଣ, ଯେଉଥି ପାଇଁ ତାଙ୍କୁ କରାଯାଇଥିଲା ହତ୍ୟା? ସେନେଇ ରହସ୍ୟ ଉନ୍ମୋଚନ କରିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ। ମନୀଷଙ୍କ ସାଙ୍ଗମାନେ ହିଁ ଥିଲେ ହତ୍ୟାପଛର ମୁଖ୍ୟ ଖଳନାୟକ। ସାଙ୍ଗମାନେ ହିଁ ମନୀଷଙ୍କୁ ହତ୍ୟା କରିଥିବା ନେଇ ଭୁବନେଶ୍ୱର ଡିସିପି ପ୍ରେସ ମିଟ ରେ ସୂଚନା ନେଇଛନ୍ତି। ମନୀଷ ପ୍ରଥମେ ନିଜ ତିନି ଜଣ ସାଙ୍ଗଙ୍କ ସହ ଭୋର ସମୟରେ ପାତ୍ରପଡ଼ା ଅଞ୍ଚଳର ହୋଟେଲକୁ ଯାଇଥିଲେ। ହୋଟେଲରେ ବିଲ୍ ପେମେଣ୍ଟକୁ ନେଇ ସେମାନଙ୍କ ମଧ୍ୟରେ ହୋଇଥିଲାପାଟିତୁଣ୍ଡ । ଏହାପରେ ହୋଟେଲ ବାହାରେ ମନୀଷକୁ ତାଙ୍କ ବନ୍ଧୁମାନେ ଆକ୍ରମଣ କରିଥିଲେ। ଅମ୍ରିତ, ଦୀନେଶ ଏବଂ ମୃତ୍ୟୁଞ୍ଜୟ ଏହି ତିନି ବନ୍ଧୁ ହିଁ ମନୀଷଙ୍କୁ ଆକ୍ରମଣ କରିଥିଲେ। ଗଣ୍ଡଗୋଳ ଏବଂ ଠେଲାପେଲା ଯୋଗୁଁ ମନୀଷଙ୍କ ମୃତ୍ୟୁ ଘଟିଥିଲା ବୋଲି ଡିସିପି ଉମା ଶଙ୍କର ଦାସ କହିଛନ୍ତି।
ମନୀଷ ଙ୍କ ମୃତ୍ୟୁ ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ତାଙ୍କ ମୃତଦେହକୁ ପାଖ ପୋଖରୀରେ ଫିଙ୍ଗିଥିବା କଥା ଡସିପି ସୂଚନା ଦେଇଛନ୍ତି। ଡିସିପି କହିଛନ୍ତି ଗିରଫ ୩ ଜଣ ଅଭିଯୁକ୍ତଙ୍କୁ ରିମାଣ୍ତରେ ଆଣିବାକୁ କୋର୍ଟରେ ଆବେଦନ କରିଛୁ। ଏମାନଙ୍କୁ ରିମାଣ୍ଡରେ ନେଇ ଅଧିକ ଖୋଲତାଡ କରାଯିବ ବୋଲି ସେ କହିଛନ୍ତି। ତେବେ ମନୀଷ ହତ୍ୟା ଘଟଣାରେ ଗିରଫ ଅଭିଯୁକ୍ତମାନେ ହେଲେ ଅମ୍ରିତ ବିଶ୍ୱାଳ, ଦିନେଶ ଏବଂ ମୃତ୍ୟୁଞ୍ଜୟ। ହତ୍ୟା ଓ ପ୍ରମାଣ ନଷ୍ଟ ଅଭିଯୋଗରେ ଏମାନଙ୍କୁ ଗିରଫ କରିଛି ଭୁବନେଶ୍ଵର କମିଶନରେଟ୍ ପୁଲିସ। ମୃତ୍ୟୁଞ୍ଜୟ, ଦିନେଶଙ୍କୁ କମିଶନରେଟ୍ ପୋଲିସ୍ ଫୁଲବାଣୀରୁ ଭୁବନେଶ୍ୱର ଆଣି ପଚରାଉଚରା କରିବା ପରେ ଗିରଫ ସେମାନଙ୍କୁ କରିଛି। ତେବେ ଏମାନେ ହିଁ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ। ଏହି ତିନି ଜଣଙ୍କୁ ଏବେ କୋର୍ଟ ଚାଲାଣ କରାଯିବ। ତେବେ ଦିନେଶ ଏବଂ ମୃତ୍ୟୁଞ୍ଜୟଙ୍କ ସହ ମନୀଷଙ୍କ ପୂର୍ବରୁ ଭଲ ସଂପର୍କ ନଥିଲା ବୋଲି ଡିସିପି ଉମାଶଙ୍କର କହିଛନ୍ତି। ଗତ ଅକ୍ଟୋବର ୧୦ ତାରିଖରେ ଭୁବନେଶ୍ୱରର ପାତ୍ରପଡ଼ା ଗାଁ ପୋଖରୀରେ ଭାସୁଥିବା ଅବସ୍ଥାରେ ମନୀଷଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଥିଲା। ପ୍ରଥମେ ଅପହରଣ ପରେ ପରେ ହୋଟେଲ୍ ବିଲ୍କୁ ନେଇ ବଚସା ଆଦି ଦିଗ ସାମ୍ନାକୁ ଆସିଥିଲା। ଏହାପରେ ଘଟଣାରେ ସଂପୃକ୍ତ ଥିବା ନେଇ ୫ଜଣଙ୍କୁ ଅଟକ ରଖି ଜେରା କରୁଥିଲା ପୁଲିସ। ତେବେ ଶେଷରେ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ବ୍ୟୁରୋ ରିପୋର୍ଟ NNS ODIA