ଏନଏନଏସ୍: ଥମୁନି ମଣିପୁର ହିଂସା । ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ବିରେନ ସିଂ । ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂ ଆଜି ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିବେ। ସୂଚନାଯୋଗ୍ୟ ଦୁଇ ଜାତି ମଧ୍ୟରେ ହୋଇଥିବା ବିବାଦରୁ ଆରମ୍ଭ ହୋଇଥିବା ହିଂସା ଏବେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବାର ଦେଖିବାକୁ ମିଳିଛି। ହିଂସାରେ ଶତାଧିକ ଲୋକଙ୍କ ଜୀବନ ଚାଲିଯାଇଥିବା ବେଳେ କୋଟି କୋଟି ଟଙ୍କାର ସମ୍ପତି ନଷ୍ଟ ହୋଇଛି ।
ଅନ୍ୟପଟେ ହିଂସାରେ ପ୍ରତିଦିନ କେହି ନା କେହି ମୃତୁ୍ୟବରଣ କରୁଥିବା ବେଳେ ସ୍ଥତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ବିପୁଳ ସଂଖ୍ୟାରେ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଥିଲେ ବି ହିଂସା ରୋକାଯାଇପାରୁନାହିଁ । ସୂଚନାଯୋଗ୍ୟ ଗତକାଲି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିୟମରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟପାଳ ଅନୁସୁୟା ଭେଟି ବିରେନ ସିଂ ଇସ୍ତଫା ଦେବେ ବୋଲି ସୂଚନା ମିଳିଛି । ସୁଚନା ମୁତାବକ ବିରେନ ସିଂ ଦୁଇଟି ସର୍ତ ରଖିଛନ୍ତି । ହିଂସା ନିୟନ୍ତ୍ରଣ ପାଇଁ କେନ୍ଦ୍ର ସମସ୍ତ ଦାୟୀତ୍ୱ ନେଉ ନଚେତ୍ ସେ ଇସ୍ତଫା ଦେବେ ବୋଲି କହିଛନ୍ତି ।