ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଘେରିଲେ ଜବ କାର୍ଡ ଧାରୀ ମହିଳା | ମନରେଗା ରେ ବ୍ୟାପକ ଦୁର୍ନତୀ ହୋଇଥିବା ଅଭିଯୋଗ କରି ଆଜି ଏହି ବ୍ଲକ୍ ବାଂଶପଞ୍ଚାୟତ ର ମହିଳା ମାନେ ନାଉଗାଁ ବ୍ଲକ ଆଗରେ ଧାରଣା ରେ ବସିଛନ୍ତି | ପୂର୍ବରୁ ଏମାନେ ଦୁଇ ଦୁଇ ଥର ଧାରଣା ରେ ବସିଥିବା ବେଳେ ପ୍ରଶାସନ ତାଙ୍କୁ ୧୦ ଦିନ ଭିତରେ ଏହାର ତଦନ୍ତ ହେବ ବୋଲି ପ୍ରତିଶ୍ରୁତି ଦେଇ ଉଠାଇ ଦେଇଥିଲେ | କିନ୍ତୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଉକ୍ତ ଘଟଣା ର ତଦନ୍ତ ହୋଇ ନଥିବାରୁ ବାଧ୍ୟହୋଇ ପୁଣି ଜବକାର୍ଡ ଧାରୀ ମହିଳା ମାନେ ଆଜି ବ୍ଲକ ସମ୍ମୁଖ ରେ ଧାରଣା ରେ ବସିଛନ୍ତି |ସେମାନଙ୍କ ଅଭିଯୋଗ ଅନୁଯାୟୀ ଖେଳପଡିଆ ଏବଂ ଅଙ୍ଗନବାଡି କେନ୍ଦ୍ର ର ବାହାର ମାଟି ଫାଇଲିଂ ଆଦି କାର୍ଯ୍ୟ କରିଥିଲା ବେଳେ ସେମାନଙ୍କୁ ୨୦୭ ଟଙ୍କା ମଜୁରୀ ପରିବର୍ତେ ୮୨ ଟଙ୍କା ଦିଆଯାଇଛି । ଏବଂ ଅବଶିଷ୍ଟ ପାରିଶ୍ରମିକ ଏପର୍ଯ୍ୟନ୍ତ ମିଳିପାରିନାହିଁ | ସେହିପରି ସେମାନଙ୍କୁ ୧୦୦ ଦିନ ର କାମ ଦିଆଯାଉନଥିବା ବେଳେ ଯେଉଁମାନେ ମୋଟେ କାର୍ଯ୍ୟ କରିନାହାନ୍ତି ତାଙ୍କୁ ୧୦୦ ଦିନର ବିଲ୍ ଦିଆଯାଉଛି | ଗତ ୨୧ ଓ ୨୯ ତାରିଖ ରେ ଏନେଇ ମହିଳାମାନେ ତଦନ୍ତ ଦାବି କରି ବିଡିଓ ଙ୍କୁ ଲିଖିତ ଅଭିଯୋଗ ଦେବା ସହ ଧାରଣା ରେ ବସିଥିଲେ | କିନ୍ତୁ ପ୍ରଥମ ୭ ଦିନ ଏବଂ ପରେ ୧୨ ଦିନ ଭିତରେ ତଦନ୍ତ ହେବ ବୋଲି ଆମକୁ ପ୍ରତିଶୃତି ଦେଇ ଉଠାଇ ଦେଇଥିଲେ । କିନ୍ତୁ ତାହାର ତଦନ୍ତ ନହେବାରୁ ଆମେ ପୁନଃର୍ବାର ଧାରଣା ଦେଇଚୁ ବୋଲି ଅଭିଯୋଗ କାରୀ ମାନେ ପ୍ରକାଶ କରିଛନ୍ତି |
#NNSODIA