କଥାରେ ଅଛି ମନୋବଳ ଦୃଢ ଥିଲେ ଅସମ୍ଭବ କାମ ସମ୍ଭବ ହୋଇଥାଏ ।ଏହାକୁ ପ୍ରମାଣ କରି ଦେଖାଇଛନ୍ତି ତାମିଲନାଡୁର ସାଲେମରର ଭି ବୋବାଥୀ ନାମକ ଜଣେ ଯୁବକ। ନିଜର ସ୍ବପ୍ନର ବାଇକ କିଣିବା ପାଇଁ ଏକ ଐତିହାସିକ କାମ କରିଛନ୍ତି । ବାଇକ କିଣିବା ପାଇଁ ସେ ୩ ବର୍ଷ ଧରି ପ୍ରତ୍ୟେକ ଦିନ ଟଙ୍କିକିଆ କଏନ ସଞ୍ଚୟ କରି ନିଜର ସ୍ବପ୍ନର ବାଇକ କିଣିଛନ୍ତି । ନିକଟରେ ତାଙ୍କର ଏହି ସ୍ବପ୍ନ ପୂରଣ ହୋଇଛି । ତେବେ ସେ ନିଜର ସ୍ବପ୍ନର ବାଇକ କିଣିବା ପାଇଁ ଦୀର୍ଘ ତିନି ବର୍ଷ ଧରି ପ୍ରତ୍ୟେକ ଦିନ କେବଳ ଏକ ଟଙ୍କିଆ କଏନ ସଞ୍ଚୟ କରୁଥିଲେ । ଏଵଂ ବାଇକ ପାଇଁ ଆବଶ୍ୟକ ପଡୁଥିବା ଟଙ୍କା ହେବା ପରେ ସେ ଏକ ବାଇକ କିଣିବାରେ ସଫଳ ହୋଇଛନ୍ତି । ତେବେ ସେ ୨.୬ ଲକ୍ଷର ଟଙ୍କିକିଆ କଏନ ସଞ୍ଚୟ କରି ନିଜର ସ୍ଵପ୍ନକୁ ପୁରା କରି ପାରିଛନ୍ତି। ଅପରପକ୍ଷେ ଏହି ଟଙ୍କାଙ୍କୁ ସୋରୁମ କର୍ମଚାରୀ ଗଣିବା ଲାଗି ପ୍ରାୟ ୧୦ ଘଣ୍ଟା ଲାଗିଥିଲା ବୋଲି ସୋରୁମ ମ୍ୟାନେଜର କହିଛନ୍ତି ।
ବୋବାଥୀ ଜଣେ ବିସିଏ ଗ୍ରାଜୁଏଟ ହୋଇଥିବାବେଳେ ସେ ଏବେ ଏକ ବେସରକାରୀ କମ୍ପାନୀରେ କମ୍ପ୍ୟୁଟର ଅପରେଟର ଭାବେ କାର୍ଯ୍ୟ କରୁଛନ୍ତି । ତେବେ ବୋବାଥୀ ୪ ବର୍ଷ ତଳେ ଏକ ୟୁଟ୍ୟୁବ ଚ୍ୟାନେଲ କରିଥିଲେ ମାତ୍ର ଏଥିରେ ତାଙ୍କର କୌଣସି ଉନ୍ନତି ହୋଇନଥିଲା । ମାତ୍ର ଏହି ସମୟରେ ତାଙ୍କର ବାଇକ କିଣିବା ପାଇଁ ଇଚ୍ଛା ହୋଇଥିଲା| ହେଲେ ଟଙ୍କା ନଥିବା କାରଣରୁ ସେ କିଣି ପାରିନଥିଲେ । ଅପରପକ୍ଷରେ ସେ ତିନି ବର୍ଷ ଧରି ଏହି ଭଳି ଭାବରେ ଟଙ୍କା ସଞ୍ଚୟ କରିବା ସହ ଶେଷରେ ନିଜର ସ୍ବପ୍ନର ବାଇକ କିଣିବାରେ ସଫଳ ହୋଇଛନ୍ତି ।