<h3>ବଦଳିଛି ସମୟ, ବଦଳୁଛି ସମାଜ ।ଆଉ ଏହି ବଦଳୁଥିବା ସମୟ ସହ ଦୁନିଆରେ ଆଧୁନିକତାର ଛାପ ଦେଖିବାକୁ ମିଳୁଛି ।ଲୋକେ ଆଧୁନିକ ଜୀବନଶୈଳୀରେ ନିଜକୁ ବଦଳାଇଛନ୍ତି ସତ ।କିନ୍ତୁ ଭୁଲି ଯାଇଛନ୍ତି ମାନବିକତା ।ମଣିଷ ହୋଇ ବି ମଣିଷ ପାଇଁ ସାଜୁଛନ୍ତି ବିପଦ । ଆଉ ନିଜର ସ୍ୱାର୍ଥ ସାଧନ କରିବା ଆଳରେ ଭୁଲି ଯାଉଛି ମଣିଷ ଓ ସମାଜ ପ୍ରତି ଥିବା ନିଜର ଦାୟିତ୍ୱ ଓ କର୍ତବ୍ୟକୁ ।କିନ୍ତୁ ଆଜିର ଏହି ସ୍ୱାର୍ଥପରଏବଂ ଅମାନୁଷିକ ଦୁନିଆରେ ଏମିତି କିଛି ନିଃସ୍ୱାର୍ଥପର ଲୋକ ଅଛନ୍ତି, ଯିଏକି ଦାରିଦ୍ର୍ୟ ସୀମାରେଖା ତଳେ ଥାଇ ମଧ୍ୟ ପରଧନ ଉପରେ ନଜର ବି ପକାନ୍ତି ନାହିଁ ।ଏଭଳି ଜଣେ ଯୁବକ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ଆଳି ବ୍ଲକ ବାଳକାଟି ପଂଚାୟତର କାଉରା ସାହୁଙ୍କ ପୁଅ କାର୍ତ୍ତିକ ସାହୁ।</h3> <img class="wp-image-27973 aligncenter" src="https://nnsodia.com/wp-content/uploads/2024/05/bsk18-300x300.jpg" alt="" width="434" height="434" /> <h3>କାର୍ତ୍ତିକ କୌଣସି କାମରେ ଚାନ୍ଦବାଲିକୁ ଯାଉଥିବାବେଳେ ହନୁମାନ ଛକ ନିକଟରେ ଏକ କଳା ରଙ୍ଗର ବ୍ୟାଗ ପଡିଥିବାରୁ ଦେଖିବାକୁ ପାଇଥିଲେ । ଏନେଇ ଅନୁସନ୍ଧାନ କରିବା ପରେ ଏହି ବ୍ୟାଗ ରାଜକନିକା ବ୍ଲକ ଗିରିଆ ଗ୍ରାମର ରଜତ କୁମାର ଶତପଥୀଙ୍କର ବୋଲି ଜାଣିବାକୁ ପାଇଥିଲେ ।ଏହାପରେ ସେହି ବ୍ୟକ୍ତିଙ୍କୁ ଡକାଇ ତାଙ୍କ ବ୍ୟାଗ ସହ ବ୍ୟାଗରେ ଥିବା ସମସ୍ତ ଜିନିଷ ଫେରାଇ ଦେଇଛନ୍ତି କାର୍ତ୍ତିକ । ତେବେ ବ୍ୟାଗ ଭିତରେ ରଜତଙ୍କର ସୁନାଗହଣା, ୮ହଜାର ଟଙ୍କା ଏବଂତାଙ୍କର ସମସ୍ତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଥିବାବେଳେ କାର୍ତ୍ତିକଙ୍କ ଏଭଳି ମାନବିକତା ପାଇଁ ସେ ତାଙ୍କୁ ଧନ୍ୟବାଦ ଦେଇଛନ୍ତି । ଖାଲି ସେତିକି ନୁହେଁ, ଆଜି କାଲିର ସ୍ୱାର୍ଥପର ଦୁନିଆରେ କାର୍ତ୍ତିକଙ୍କ ଭଳି ଯୁବକଙ୍କର ଏଭଳି ମହାନୀୟତା ପାଇଁ ଅଂଚଳବାସୀ ତାଙ୍କୁ ସାଧୁବାଦ ଜଣାଇଛନ୍ତି ।</h3>