ଜଣେ ବ୍ୟକ୍ତି ଦୁଇ କି ତିନୋଟି ବିବାହ କରିଥିବା ଶୁଣିଥିବେ | ସେ ପୁଣି ଜଣଙ୍କୁ ବିବାହ କରିବାର କିଛି ଦିନ ବା ବର୍ଷ ପରେ ଆଉ ଜଣଙ୍କୁ ବିବାହ କରନ୍ତି | କିନ୍ତୁ ଆପଣ କେବେ ଶୁଣିଛନ୍ତି କି ଜଣେ ବ୍ୟକ୍ତି ଗୋଟିଏ ଦିନରେ ଏବଂ ଏକା ସାଙ୍ଗରେ ୩ ଟି ବିବାହ କରିବା | ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି ନା | ଜଣେ ବ୍ୟକ୍ତି ଏକାସାଙ୍ଗରେ ୩ ଜଣଙ୍କୁ ବିବାହ କରିଛନ୍ତି | ସବୁଠୁ ମଜାଦାର ହେଲା ସେମାନେ ପୁଣି ଯାଆଁଳା ୩ ଭଉଣୀ |
ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋର ପୂର୍ବ ଭାଗରେ ଥିବା ଦକ୍ଷିଣ କିଭୁର କାଲେହେରେ ତିନି ଭଉଣୀଙ୍କୁ ବିବାହ କରିଛନ୍ତି ଯୁବକ ଲୁଭିଜୋ | ଯେଉଁଠାରେ ଲୋକମାନେ ଏକରୁ ଅଧିକ ବିବାହ କରିବାକୁ ଆଇନଗତ ଭାବରେ ସ୍ୱାଧୀନ | ଲୁଭିଜୋ କହିଛନ୍ତି ଯେତେବେଳେ ତିନି ଭଉଣୀ – ନତାଶା, ନାତାଲୀ ଏବଂ ନାଦଗେ ତାଙ୍କୁ ବିବାହ ପାଇଁ ପ୍ରପୋଜ କରିଥିଲେ ମୁ ମନା କରିପାରିଲିନି | କାରଣ ସେମାନେ 3 ଜଣ ଯାଆଁଳା ଭଉଣୀ | ତେଣୁ ମୁ କାହା ମନରେ କଷ୍ଟ ଦେବାକୁ ଚାହୁଁନଥିଲି | ୩ ଭଉଣୀଙ୍କୁ ବିବାହ କରିବାକୁ ନିଷ୍ପତି ନେଲି | ସେ 3 ଜଣ ଭଉଣୀ ମଧ୍ୟ ମୋତେ ଏକାସାଙ୍ଗରେ ବିବାହ କରିବାକୁ ରାଜି ହୋଇଥିଲେ | ତିନି ଭଉଣୀଙ୍କ ମଧ୍ୟରୁ ଜଣେ କହିଛନ୍ତି ଯେ ସେମାନେ ପିଲାଟି ଦିନରୁ ସବୁକିଛି ନିଜ ନିଜ ଭିତରେ ବାଣ୍ଟି ଆସିଛନ୍ତି | ତେଣୁ ସ୍ୱାମୀଙ୍କୁ ବାଣ୍ଟିବା ସେମାନଙ୍କ ପାଇଁ ସେପରି କିଛି କଷ୍ଟସାଧ୍ୟ ନୁହେଁ |