ଜଙ୍ଗଲୀ ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସାଜିଲା କାଳ | ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଜଣେ ଯୁବକଙ୍କ ଜୀବନ | ହିନ୍ଦୋଳ ଥାନା କଂସରା ପଞ୍ଚାୟତ ଅନ୍ତର୍ଗତ ଗୋବର୍ଦ୍ଧନପୁର ଗ୍ରାମ ନିକଟସ୍ଥ ଡୁଗୁରି ଜଙ୍ଗଲ ମଧ୍ୟରୁ ଆଜି ସକାଳେ ଏକ ଯୁବକଙ୍କ କ୍ଷତlକ୍ତ ମୃତଦେହକୁ ପୋଲିସ ଜବତ କରିଛି। ମୃତକ ଜଣକ ହେଲେ ସତ୍ୟlନନ୍ଦ ପ୍ରଧାନ (୨୧) | ମୃତକଙ୍କ ଶରୀରର ପେଟ ଭାଗରେ କେବଳ ଏକ ଲମ୍ବା କ୍ଷତ ଚିହ୍ନ ରହିଥିଲେ ହେଁ ଶରୀର ଅନ୍ୟାନ୍ୟ ଅଂଶରେ କୌଣସି କ୍ଷତ ଚିହ୍ନ ନଥିବା ଦେଖାଯାଇଛି। ଘଟଣାରୁ ଜଣାଯାଇଛି ଯେ, ଗୋବର୍ଦ୍ଧନପୁର ଗ୍ରାମର ସୁରେଶ ପ୍ରଧାନଙ୍କ ପୁଅ ସତ୍ୟlନନ୍ଦ ସବୁଦିନ ଭଳି ଗତକାଲି ସକାଳୁ ଗ୍ରାମ ନିକଟସ୍ଥ ଡୁଗୁରି ଜଙ୍ଗଲକୁ ନିତ୍ୟକର୍ମ ସାରିବା ପାଇଁ ଯାଇ ଆଉ ଘରକୁ ଫେରି ନଥିଲେ। ବିଳମ୍ବ ହେବାରୁ ପରିବାର ଲୋକେ ବହୁ ଖୋଜା ଖୋଜି କରି ନିରାଶ ହୋଇଥିଲେ। ଆଜି ସକାଳୁ ଗ୍ରାମର କିଛି ଲୋକ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇ ସତ୍ୟlନନ୍ଦଙ୍କ କ୍ଷତlକ୍ତ ମୃତଦେହ ଜଙ୍ଗଲର ପାଦ ଦେଶରେ ପଡି ଥିବାର ଦେଖି ଗ୍ରାମବାସୀ ଓ ପୋଲିସକୁ ଖବର ଦେଇଥିଲେ | ଘଟଣାସ୍ଥଳରେ ହିନ୍ଦୋଳ ଥାନା ଅଧିକାରୀ ଅନାଦି ଚରଣ ପଟ୍ଟlୟତ ଓ ହିନ୍ଦୋଳ ବନାଞ୍ଚଳ ଅଧିକାରୀ ଲୋହିତ କୁମାର ରଥ ପହଞ୍ଚି ଘଟଣାର ପ୍ରାଥମିକ ତଦନ୍ତ କରିଥିଲେ। ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ କରେଣ୍ଟ ସଂସ୍ପର୍ଶରେ ଆସି ଯୁବକ ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଥିଲେ ମଧ୍ୟ ଗତକାଲି ଠାରୁ ଘଟଣା ଘଟିଥିଲେ ହେଁ ଆଜି ଯାଏଁ କିଭଳି କ୍ଷତ ସ୍ଥାନଟି ସତେଜ ରହିଛି ଓ ସେଥିରୁ ରକ୍ତ ବାହାରୁଛି ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି | ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ ହିନ୍ଦୋଳ ଡାକ୍ତରଖାନା ପଠାଇ ଦେଇଛି। ଏହା ହତ୍ୟା ନା ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି ସେ ନେଇ ପୋଲିସ ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ମୃତକ ନିଜ ବୃଦ୍ଧ ପିତା ମତାଙ୍କର ଏକମାତ୍ର ସlହାରା ହୋଇଥିବାରୁ ତାର ଅକସ୍ମାତ ମୃତ୍ୟୁରେ ବୁଢା ବାପା ମା ଭାଙ୍ଗି ପଡି ଛନ୍ତି। ପରିବାର ପ୍ରତି ପୋଷଣ ପାଇଁ ସରକାରୀ ସ୍ତରରେ ଆର୍ଥିକ ସାହାଯ୍ୟ ସହଯୋଗ କରିବlକୁ ଗ୍ରାମବାସୀ ନିବେଦନ କରୁଛନ୍ତି।