ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମିତାଙ୍କ ପରିବାର | ମମିତାଙ୍କ ମୃତ୍ୟୁ ମାମଲାର ନିରପେକ୍ଷ ନ୍ୟାୟ ପାଇଁ ନିବେଦନ କରିଛନ୍ତି ପରିବାର ଲୋକେ | ଏ ଘଟଣା ସମ୍ପର୍କରେ ତାଙ୍କ ଝିଅର ଚରିତ୍ର ସମ୍ପର୍କରେ କିଛି ବି ଅନୁସନ୍ଧାନ ନ କରିବାକୁ ହାଇକୋର୍ଟଙ୍କୁ ନିବେଦନ କରିଛନ୍ତି ମମିତାଙ୍କ ମାତାପିତା | ମାମଲାର ତଦନ୍ତ ଫାଷ୍ଟଟ୍ରାକ କୋର୍ଟରେ କରିବାକୁ ସେମାନେ ଆବେଦନ କରିଛନ୍ତି | ରାଜ୍ୟ ସରକାର ଓ ପୋଲିସ ଡିଜିଙ୍କୁ ମାମଲାରେ ପକ୍ଷଭୁକ୍ତ କରିବାକୁ ନିବେଦନ କରିଛନ୍ତି | ବଲାଙ୍ଗୀର ଏସପି ଓ ସିନ୍ଧେକେଲା ଥାନା ଅଧିକାରୀଙ୍କୁ ମଧ୍ୟ ମାମଲାରେ ପକ୍ଷଭୁକ୍ତ କରିବାକୁ କହିଛନ୍ତି |
ମମିତାଙ୍କ ମୃତ୍ୟୁ ମାମଲା ପ୍ରାୟ ମାସେରୁ ଅଧିକ ସମୟ ବିତିଗଲାଣି | ଘଟଣା ର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଗିରଫ କରିଛି ପୋଲିସ | ଘଟଣା ଅନୁସାରେ ସନସାଇନ ପବ୍ଲିକ ସ୍କୁଲର ପ୍ରିନସିପାଲ ଗୋବିନ୍ଦ ସାହୁ ସ୍କୁଲରେ ଏକ ମିଟିଂ ଥିବା କହି ରାତିରେ ମମୀତା ଙ୍କୁ ଡାକିଥିଲେ , କିନ୍ତୁ ସେ ଏହାର ସୁଯୋଗ ଉଠାଇ ସେ ତାଙ୍କୁ ହତ୍ୟା କରିଥିଲେ| ମମୀତାଙ୍କ ମାତାପିତାଙ୍କ କହିବା କଥା ଗୋବିନ୍ଦ ସାହୁ ସ୍କୁଲରେ ମହିଳା ଶିକ୍ଷୟିତ୍ରୀ ମାନଙ୍କ ସହ ଖରାପ ବ୍ୟବହାର କରୁଥିଲା ଏବଂ ସେମାନଙ୍କୁ ତା ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା | ଏନେଇ ମମିତା ତାକୁ ବିରୋଧ କରିବାରୁ ସେ ତାକୁ ହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି |