କଳାହାଣ୍ଡି ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା ର ଡେମୋ ଦେଖାଇଲା
ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ,
ଆଜି ଭୋର୍ ୪ଟାରୁ ଗୋବିନ୍ଦ ସାହୁ କୁ ନେଇ ମହାଲିଙ୍ଗ ଷ୍ଟାଡିୟମରେ ସିନ୍ ରିକ୍ରିଏସନ୍ କରିଛି ପୁଲିସ୍.
ହତ୍ୟା ପରେ କାହାକୁ ଫୋନ କରିଥିଲା ଗୋବିନ୍ଦ ?
ମୋବାଇଲ ଯାଞ୍ଚବେଳେ ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା ।
ଏହାରି ଭିତରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ମଧ୍ୟ ଫୋନ୍ କରିଥିବା ସୂଚନା ମିଳିଛି ।
ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ହତ୍ୟା ମାମଲା ର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦର ସହଯୋଗୀ ରାଧେ ଘରୁ ମିଳିଛି କିଛି ସୁରାଗ,
ଏସବୁ ସୁରାଗ, ନିଜେ ରାଧେର ସ୍ତ୍ରୀ ଆଶା ଚଣ୍ଡୀ ପୁଲିସ୍କୁ ହସ୍ତାନ୍ତର କରିଛନ୍ତି .
ରାଧେର ଘର ଖଟ ତଳେ ଥିବା ବ୍ୟାଗକୁ ରାଧେର ସ୍ତ୍ରୀ ପୋଲିସ୍କୁ ଦେଇଛନ୍ତି।
ଏହା ସହିତ ୩ ହଳ ମହିଳା ଡ୍ରେସ୍, ଗୋଟିଏ ମୋବାଇଲ ଫୋନ, ମୋବାଇଲ ଚାର୍ଜର ଓ କିଛି ଔଷଧ ଏହି ବ୍ୟାଗ୍ରୁ ମିଳିଛି।
ମୋବାଇଲ୍ଟି ମମିତାଙ୍କର ହୋଇଥିବା ସନ୍ଦେହ କରାଯାଉଛି।
ହେଲେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ନାହିଁ।
ମୋବାଇଲଟି ମମିତାଙ୍କର ନା ଆଉ କାହାର ତାହା ଜଣାପଡ଼ି ନାହିଁ। .
ଅନ୍ୟପକ୍ଷେ, ରାଧେ ଗିରଫ ହେବା ପରେ ରାଧେର ସ୍ତ୍ରୀ ଆଶା ଚଣ୍ଡି ମୁହଁ ଖୋଲିଛନ୍ତି
ସେ କହିଛନ୍ତି, ମୋ ସ୍ୱାମୀଙ୍କୁ ଫସାଇ ଦିଆଯାଇଛି, ସେ ନିର୍ଦ୍ଦୋଷ
ମୋ ସ୍ୱାମୀ ମାତ୍ର ୩ ମାସ ହେବ ଗୋବିନ୍ଦଙ୍କ ପାଖରେ କାମ କରୁଥିଲେ।.
, ଆଜି ଭୋର ୪ଟାରେ ମହାଲିଙ୍ଗ ଷ୍ଟାଡିୟମ୍ରେ ପୋଲିସ୍ ଗୋବିନ୍ଦକୁ ନେଇ ସିନ୍ ରିକ୍ରିଏସନ୍ କରାଇଛି।
ଗୋବିନ୍ଦ କଳାହାଣ୍ଡି ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ହତ୍ୟା କରିବା ପରେ, କିପରି ପୋଡ଼ି ଥିଲା ଓ ଏହାପରେ ପୋତି ଥିଲା ଏସବୁର ଡେମୋ ଦେଖାଇଛି ଗୋବିନ୍ଦ , ତେବେ ଏହି ଘଟଣା କୁ ତନ୍ନ ତନ୍ନ କରି ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ୍।