ଗୋଟି ଗୋଟି କରି ଖୋଲୁଛି ଜହ୍ଲାଦ ଗୋବିନ୍ଦର ଅପରାଧିକ ପେଡ଼ି, ଅଶ୍ଳୀଳ ଭିଡିଓ ପାଇଁ ମମିତା ଙ୍କୁ କରିଛି ହତ୍ୟା. ମମିତାଙ୍କ ବ୍ୟତୀତ ଆଉ ଜଣେ ଛାତ୍ରୀ ରାଜେଶ୍ବରୀଙ୍କୁ ମଧ୍ୟ ହତ୍ୟା କରାଯାଇଥିବା, ଏବଂ ଦୁଇଜଣ ଛାତ୍ରୀ ନିଖୋଜ ହୋଇଯାଇଥିବା ଖବର ଏବେ ସାମ୍ନା କୁ ଆସିଛି ।. ମମିତା ହତ୍ୟାକାଣ୍ଡରେ ଗିରଫ ହୋଇଛି ମୁଖ୍ୟ ଅଭିଯୁକ୍ତ, ତଥା ମହାଲିଙ୍ଗ ସନ୍ସାଇନ ସ୍କୁଲ ପରିଚାଳକ ଗୋବିନ୍ଦ ସାହୁ। ତାଙ୍କ ଝିଅଙ୍କୁ ମଧ୍ୟ ଏଭଳି ହତ୍ୟା କରାଯାଇଥିଲା ବୋଲି ଅଭିଭାବକ ବଲାଙ୍ଗିରର ମୋତିଲାଲ ନାଏକ ଏବେ ଅଭିଯୋଗ କରିଛନ୍ତି । ନେତା ମନ୍ତ୍ରୀଙ୍କ ପ୍ରଭାବରେ ଆଜି ବି ସେ ନ୍ୟାୟ ପାଇନାହାନ୍ତି ବୋଲି କହିଛନ୍ତି ରାଜେଶ୍ଵରୀ ଙ୍କ ବାପା ମୋତିଲାଲ,
୨୦୦୦ ମସିହାରେ ସେ ସନ୍ସାଇନ ପବ୍ଲିକସ୍କୁଲରେ ଇଂରାଜୀ ଶିକ୍ଷକ ଭାବରେ କାର୍ଯ୍ୟ କରୁ ଥିଲେ। ଆଉ ତାଙ୍କ ଝିଅ ରାଜେଶ୍ୱରୀ ମଧ୍ୟ ଉକ୍ତ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲେ, ଗୋବିନ୍ଦଙ୍କ ସମସ୍ତ ଅନୈତିକ କାର୍ଯ୍ୟକଳାପର ମୂକସାକ୍ଷୀ ଥିଲେ ମୋତିଲାଲ। ସ୍କୁଲର ଛାତ୍ରୀ ଓ ଶିକ୍ଷୟିତ୍ରୀଙ୍କୁ ନେତା, ମନ୍ତ୍ରୀ, ଇଞ୍ଜିନିୟର ଓ ଅନ୍ୟ ଅଧିକାରୀଙ୍କ ପାଖକୁ ଗୋବିନ୍ଦ ପଠାଉଥିଲା। ସେମାନଙ୍କ ର ଯୌନଶୋଷଣ ହେଉଥିଲା।. ଏପରିକି କିଛି ଛାତ୍ରୀଙ୍କ ସେ ଗର୍ଭପାତ ମଧ୍ୟ କରାଇଥିବା କହିଛନ୍ତି ମୋତିଲାଲ। ସ୍କୁଲକୁ ଏକ ରଙ୍ଗଶାଳାରେ ପରିଣତ କରି ସେଠାରେ ସବୁ ପ୍ରକାରର ଅନୈତିକ କାମ କରୁଥିଲା ଜହ୍ଲାଦ ଗୋବିନ୍ଦ । ଏସବୁକୁ ବିରୋଧ କରିବାରୁ ମୋତିଲାଲଙ୍କ ଝିଅ ରାଜେଶ୍ୱରୀଙ୍କୁ ଗୋବିନ୍ଦ ଟ୍ରାକ୍ଟର ଚପାଇ ହତ୍ୟା କରିଥିଲା। ନ୍ୟାୟ ପାଇଁ ସେ ପୁଲିସ, ନେତା ଆଉ ମନ୍ତ୍ରୀଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଶେଷରେ ନିରାଶ ହୋଇଥିଲେ ମୋତିଲାଲ ଆଉ ଏବେ ଏଭଳି ଜଘନ୍ୟ କାଣ୍ଡ ପରେ ସାମ୍ନା କୁ ଆସୁଛି. ଗୋବିନ୍ଦ ର ପାପ ପେଢି । ତେବେ ଏସବୁ ଭିତରେ ତଦନ୍ତ କୁଆଡ଼କୁ ଯାଉଛି ତା ଉପରେ ଏବେ ସମସ୍ତଙ୍କ ନଜର । ବ୍ୟୁରୋ ରିପୋର୍ଟ NNS ODIA