ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜିଲ୍ଲା କୃଷି ଅଧିକାରୀ ଏମ୍. ଆନନ୍ଦ ରାଓଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ଆଜି ଭିଜିଲାନ୍ସର ଏକ ଟିମ ଏକକାଳୀନ ୬ଟି ସ୍ଥାନରେ ଚଢାଉ କରିଛି । ନବରଙ୍ଗପୁର ସହରର ୩ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢାଉ । ଏଥିସହ ମଲକନଗିରି ଅଫିସ ସମେତ ତାଙ୍କ ସରକାରୀ ବାସଭବନ ଏବଂ ବିଶାଖାପାଟନମ୍ ରେ ଚଢ଼ାଉ ଜାରି ରହିଛି ।
ସ୍ବତନ୍ତ୍ର କୋର୍ଟଙ୍କ ଦ୍ବାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ୍ କୁ ଆଧାର କରି ଏହି ଚଢାଉ କରାଯାଉଥିବା ଜଣାପଡିଛି । ଚଢ଼ାଉ ସମୟରେ କିଛି ନଗଦ ଟଙ୍କା ସହ ସୁନା ଗହଣା ଠାବ ହୋଇଥିବା ସୂଚନା ମିଳିଛି । ତେବେ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ତାହା ଜଣାପଡିନାହିଁ। ଏହି ଚଢ଼ାଉରେ ଜୟପୁର ଓ ମାଲକାନିଗିର ଭିଜିଲାନ୍ସ ବିଭାଗର ୯ ଜଣ ଅଫିସର ସାମିଲ ଅଛନ୍ତି ।