ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ତତ୍ତ୍ଵାବଧାନରେ ଏବଂ ଡଃ ଧନେଶ୍ୱର ମହାପାତ୍ର ଅତିରିକ୍ତ ଜିଲ୍ଲା ଜନସ୍ବାର୍ଥ ଅଧିକାରୀ (ମଶାବାହିତ ରୋଗ), ଅଜିତ କୁମାର ଦଳାଇ ପରାମର୍ଶଦାତା (ମଶା ବାହିତ ରୋଗ) ପ୍ରଶନ୍ନ ସାହୁ ପରିଦର୍ଶକ (ମଶା ବାହିତ ରୋଗ) ଦ୍ବାରା ବାଲିମେଳା ସ୍ବାସ୍ଥ୍ୟକେନ୍ଦ୍ର ଠାରେ ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ବାଲିମେଳା ପ୍ରାଥମିକ ଚିକିତ୍ସାଳୟର ଡାକ୍ତର ଧନେଶ୍ୱର ମୁର୍ମୁ , ଡାକ୍ତର ତାପସ କୁମାର ପଣ୍ଡା ଉପସ୍ଥିତିରେ ଗୋଦର ଗୋଡ ରୋଗ ସମ୍ପର୍କରେ ବିଭିନ୍ନ ସଚେତନତା ଚଳଚ୍ଚିତ୍ର ଦେଖାଯାଇଥିଲା। ଏବେ ଜିଲ୍ଲାରେ ମୋଟ ୪୯ ଗୋଦର ଗୋଡ ରୋଗୀ ରହିଥିବା ବେଳେ ଆଜିର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଗୋଦର ଗୋଡ ରୋଗୀଙ୍କ ଗୋଡର କିପରି ଯତ୍ନ ନେବେ ସେଥିପାଇଁ ବାଲ୍ଟି , ସାବୁନ , ମଲମ ଭଳି ବିଭିନ୍ନ ଔଷଧ ସାମଗ୍ରୀ ବଣ୍ଟନ କରାଯିବା ସହ ଔଷଧ ସେବନ ଓ ମଲମ ଲଗେଇବାର ଉପାୟ ବ୍ୟବହାରିକ ଭାବେ ଦେଖାଇ ଦିଆଗଲା। ଖୁବଶୀଘ୍ର ମାଲକାନଗିରି ଜିଲ୍ଲା ଗୋଦର ଗୋଡ ବା ଫେଲେରିଆ ରୋଗ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଫୁଲ୍ଲ କୁମାର ନନ୍ଦ ସୂଚନା ଦେଇଛନ୍ତି।ଅନ୍ୟ ମାନଙ୍କ ମଧ୍ୟରେ ସୁପରଭାଇଜର ଏବଂ ଆଶା କର୍ମୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।