ସିଡିଏସ୍ ବିପିନ୍ ରାୱତଙ୍କ ସହିତ ୧୩ ଜଣ ଶହୀଦ ହେବା ଘଟଣାକୁ ନେଇ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଛି । ଦେଶର ଏହି ବୀର ଶହୀଦଙ୍କୁ ନିଜ ନିଜ ଉପାୟରେ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି । କିନ୍ତୁ ଅନ୍ୟପକ୍ଷରେ କିଛି କଠୋରପନ୍ଥୀ ଏହି ଦୁଃଖଦ ସମୟେରେ ମଧ୍ୟ ଶହୀଦ ବୀର ଯବାନଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେବାକୁ ପଛଉ ନାହାନ୍ତି । ଫଳରେ ଏହି ଘଟଣାରେ କେରଳର ଜଣେ ଫିଲ୍ମ ନିର୍ଦ୍ଦେଶକ ମର୍ମାହିତ ହୋଇ ମୁସଲିମ୍ ଧର୍ମ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଫିଲ୍ମ ନିର୍ଦ୍ଦେଶକ ଜଣକ କହିଛନ୍ତି ସେ ମୁସଲିମ୍ ଧର୍ମ ଛାଡି ସେ ହିନ୍ଦୁ ଧର୍ମ ଗ୍ରହଣ କରିବେ । ଜଣାଇଦେଉଛୁ କି ଏହି ଫିଲ୍ମ ନିର୍ଦ୍ଦେଶକ ଜଣଙ୍କ ନାମ ହେଲା ଅଲ୍ଲୀ ଆକବର । ଫିଲ୍ମ ନିର୍ଦ୍ଦେଶକ ଅଲ୍ଲୀ ଆକବର ଏବଂ ତାଙ୍କ ପତ୍ନୀ ଲୁସିଅମ୍ମା ନିଷ୍ପତ୍ତି ନେଇଛନ୍ତି ସେମାନେ ଇସଲାମ୍ ଧର୍ମ ଛାଡିଦେବେ ଆଗକୁ ହିନ୍ଦୁ ଧର୍ମ ପାଳନ କରିବେ । ଅଲ୍ଲୀ ଆକବର ନିଜ ନାମ ପରିବର୍ତନ କରି ରଖିଛନ୍ତି ରାମ ସିଂ ।
ଅଲ୍ଲୀ ଆକବର କହିଛନ୍ତି ସିଡ଼ିଏସ୍ ବିପିନ୍ ରାୱତଙ୍କ ଶହୀଦ ହେବା ଖବର ଯେତେବେଳେ ସୋସିଆଲ ମିଡିଆରେ ଆସିଲା କିଛି ମୁସ୍ଲିମ୍ ବ୍ୟକ୍ତି ହସୁଥିବା ଇମୋଜି ପ୍ରତିକ୍ରିୟା ଦେଇଥିଲେ । ଏହାର ସଫା ସଫା ଉତ୍ତର ହେଲା ସେମାନେ ବିପିନ୍ ରାୱତ୍ଙ୍କ ଶହୀଦ ଉପରେ ଖୁସି ଅଛନ୍ତି । ଏପରିକି କେତେଜଣ ମୁସଲିମ୍ ସିଡିଏସ୍ ରାୱତ୍ଙ୍କ ଉପରେ ଆପତ୍ତିଜନକ କମେଣ୍ଟ ମଧ୍ୟ କରିଛନ୍ତି । ଏହି କାରଣରୁ ଅଲ୍ଲୀ ଆକବର ବହୁତ ଆହତ ହୋଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ମୁସଲିମ୍ଙ୍କ ଏଭଳି ବିବାଦୀୟ ପ୍ରତିକ୍ରିୟାରେ ମୁସଲିମ୍ ସଂଗଠନର ଧର୍ମଗୁରୁମାନେ ମଧ୍ୟ କିଛି ବିରୋଧ କରିନାହାନ୍ତି । ଏହା ତାଙ୍କୁ ବହୁତ ମର୍ମାହତ କରିଛି । ଏମିତି କରି ଦେଶର ବୀରଙ୍କ ପ୍ରତି ଅପମାନ କରାଯାଉଥିବା ଅଲ୍ଲୀ ଆକବର କହିଛନ୍ତି । ଦେଶର ସୁପୁତ୍ରଙ୍କ ଅପମାନକୁ ସେ କେବେ ବରଦାସ୍ତ କରିପାରିବେ ନାହିଁ । ଏଥିପାଇଁ ମୋର ମୁସଲିମ୍ ଧର୍ମ ଉପରେ ଆଉ ବିଶ୍ୱାସ ନାହିଁ । ସିଡ଼ିଏସ୍ ବିପିନ୍ ରାୱତଙ୍କ ଶହୀଦ ହେବା ଉପରେ ଯେଉଁମାନେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ଏବଂ ହସୁଥିବା ଇମୋଜି ପୋଷ୍ଟ କରିଥିଲେ ସେମାନଙ୍କୁ କହୁଛି ଆଜି ମୁଁ ମୁସଲିମ୍ ନୁହେଁ, ଜଣେ ଭାରତୀୟ । ସେମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ।