ସ୍କୁଲ ଖେଳ ପଡ଼ିଆର Goal keeper ରୁ National Cricketର Wicket Keeper, Ticket Collecter ରୁ trophy Collecter। କ୍ରିକେଟ ପଡ଼ିଆର ରଣନୀତିରୁ, indian armyର ଯୁଦ୍ଧନୀତି। ବାପାଙ୍କ ଗାଳିରୁ କ୍ରିକେଟ ପ୍ରେମୀଙ୍କ ତାଳି, ଅନହୋନି କୁ ହୋନି କରିପାରିଥିବା ଭାରତୀୟ କ୍ରୀକେଟ ଜଗତର ଚିର ପରିଚିତ ନାଁ ମହେନ୍ଦ୍ର ସିଂ ଧୋନି। ସତେ ଯେପରି ସଫଳତା ଧାଇଁ ଚାଲିଛି ମାହିଙ୍କ ପଛେପଛେ। ବିଶ୍ୱ କ୍ରିକେଟ ରେ ଭାରତର ଗୌରବକୁ ଆଉ କେଇ ପାଦ ଆଗକୁ ନେଇଛନ୍ତି ମହେନ୍ଦ୍ର ସିଂ ଧୋନି। ଝାଡଖଣ୍ଡର ରାଞ୍ଜି ସହରରେ 7july 1981ରେ ଜନ୍ମ ହୁଅନ୍ତି କ୍ରିକେଟର ଚାଣକ୍ୟ ମାହି। ପିଲାଦିନରୁ ଖେଳପ୍ରତି ରୁଚି ରଖୁଥିବା ମାହି ଏକଦା ସଚିନ ତେନ୍ଦୁଲକରଙ୍କ poster ନିଜ ଘରେ ଲଗାଇଥିବାରୁ ଗାଳି ଶୁଣିବାକୁ ମିଳିଥିଲା ବାପାଙ୍କ ଠାରୁ। ସଚିନଙ୍କୁ ନିଜର ଆଦର୍ଶ ରୂପେ ମାନୁଥିବା ଧୋନି ଭାରତ ପାଇଁ ଅନେକ ଟ୍ରଫି ଜିତି ସାରିଛନ୍ତି। 23 ଡିସେମ୍ବର 2004ରେ ବାଙ୍ଗଳାଦେଶ ବିପକ୍ଷରେ ପ୍ରଥମ match ଖେଳିଥିଲେ ମହେନ୍ଦ୍ର ସିଂ ଧୋନି। 2007 ମସିହାରେ ଅଧିନାୟକ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ପଛକୁ ଫେରି ଚାହିଁନାହାନ୍ତି ଧୋନି। 2007ରେ T-20 World Cup, 2011ରେ World Cup ଏବଂ Chamipan Trophy ଜିତି ଭାରତୀୟ କ୍ରିକେଟକୁ ଗୌରବାନ୍ବିତ କରିପାରିଛନ୍ତି। କ୍ରିକେଟ ମଇଦାନର ଚାଣକ୍ୟ ଧୋନି ଭାରତୀୟ ସେନାର ଲେପ୍ଟେଣ୍ଟ କର୍ଣ୍ଣଲ ଭାବେ କାର୍ଯ୍ୟ କରୁଛନ୍ତି। ଦେଶ ପ୍ରେମ ସତେ ଯେପରି ମାହିଙ୍କ ରକ୍ତରେ ପ୍ରବାହିତ ହେଉଅଛି। ଗତ 2020 ଅଗଷ୍ଟ 15 ଦିନ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେଇଥିଲେ Captaion Cool। ଆଜିର ଦିନରେ 40ବର୍ଷରେ ପଦାର୍ପଣ କରିଛନ୍ତି ମହେନ୍ଦ୍ର ସିଂ ଧୋନି। NNSOdia ପରିବାର ତରଫରୁ ମହେନ୍ଦ୍ର ସିଂ ଧୋନିଙ୍କୁ ଜନ୍ମଦିନର ଅନେକେ ଅନେକ ଶୁଭେଚ୍ଛା।