ପୁରୀ(ଏନଏନଏସ୍): ପାଖେଇ ଆସୁଛି ମହାପ୍ରଭୁଙ୍କ ଘୋଷଯାତ୍ରା। ଏନେଇ ରଥ ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ମହାରଣା। ଚାଲିଛି ତିନି ରଥର ୪୨ ଗୋଟି ତୁମ୍ବରେ ବିନ୍ଧ ନିର୍ମାଣ କାର୍ୟ୍ୟ। ନୃସିଂହ ଚତୁର୍ଦ୍ଦଶୀ ଦିନ ଗୁଜ ଅନୁକୂଳ ହେବାକୁ ଥିବା ବେଳେ ଭୋଇ ସେବକମାନେ ଯନ୍ତା ଗାଡ଼ ପାଇଁ ଆରମ୍ଭ କରିଛନ୍ତି ପ୍ରସ୍ତୁତି। ଭଉଁରୀ ସୁଦ୍ଧା ତିନି ରଥର ଦୁଇଗୋଟି ଚକରେ ଅଖ ସଂଯୋଗ କରାଯିବା ପରମ୍ପରା ରହିଛି।
ସେପଟେ ରଥ ନିର୍ମାଣ ପାଇ ଆବଶ୍ୟକ ଲୁହା କଣ୍ଟା ଦୋଳବେଦୀ କୋଣରେ ଥିବା କମାର ଶାଳରେ ପ୍ରସ୍ତୁତି ଚାଲିଛି। ଓଝା ସେବକ ମାନେ ୪୨ଟି ଚକ ପାଇଁ ଆବଶ୍ୟକୀୟ ୧ ହଜାର ୩୪୪ ଟି ଅର କଣ୍ଟା ନିର୍ମାଣ କରୁଛନ୍ତି। ଏହାସହ ଚକର ବଳା, ପନ୍ଦାରୀ ସମେତ ବିଭିନ୍ନ ପ୍ରକାର କଣ୍ଟା ନିର୍ମାଣ ପାଇଁ ଲାଗିପଡ଼ିଛନ୍ତି ସେବାୟତ।