ଭୁବନେଶ୍ୱର(ଏନଏନଏସ୍): କଟକ ମହାନଦୀରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ସୂଚନାଯୋଗ୍ୟ ମହାନଦୀରେ ଜଳପ୍ରବାହର ସ୍ଥିତି ଅନୁଧ୍ୟାନ ପାଇଁ କଟକରେ ପହଞ୍ଚିଛନ୍ତି ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ଟ୍ରିବ୍ୟୁନାଲ ସଦସ୍ୟମାନେ ମୁଣ୍ଡଳୀଠାରୁ ଗସ୍ତ ଆରମ୍ଭ କରିବେ। ପରେ ନରାଜ, ଯୋବ୍ରା ବ୍ୟାରେଜ ଦେଇ ବିରୂପା ବ୍ୟାରେଜ ପର୍ୟ୍ୟନ୍ତ ଅନୁଧ୍ୟାନ କରିବେ । । ଏହି ଅବସରରେ ବିଭିନ୍ନ ସ୍ଥାନରେ ମହାନଦୀର ଜଳସ୍ଥିତି ଯାଞ୍ଚ କରାଯିବ। ଯାଞ୍ଚ ଅନୁସାରେ ଟ୍ରିବ୍ୟୁନାଲର ଏହି ଟିମ୍ ଯେଉଁ ରିପୋର୍ଟ ଦେବେ ତା’ ଉପରେ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ଆବଣ୍ଟନର ଭାଗ୍ୟ ନିର୍ଭର କରୁଛି ।