ଆଜି ପବିତ୍ର ମହାଶିବରାତ୍ରୀ ବା ଜାଗର । ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ରାଜ୍ୟର ସମସ୍ତ ଶୈବପୀଠ । ଜାଗର ଉପଲକ୍ଷେ ବିଭିନ୍ନ ଶୈବପୀଠରେ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି ଓ ପୂଜାର୍ଚ୍ଚନା । ହିନ୍ଦୁ ଧର୍ମରେ ମହାଶିବରାତ୍ରୀକୁ ମହାଆଡମ୍ବରରେ ପାଳନ କରନ୍ତି ଲୋକେ । ତେବେ ରାଜ୍ୟରେ କୋଭିଡ କଟକଣା ଭିତରେ ବିଭିନ୍ନ ଶୈବପୀଠରେ ଚାଲିଛି ପୂଜାର୍ଚ୍ଚନା | କଟକଣା ଭିତରେ ପ୍ରଭୁ ଲିଙ୍ଗରାଜଙ୍କର ହେବ ଜାଗର ଯାତ୍ରା | ରାତି ୧୦ଟାରେ ଉଠିବ ମହାଦୀପ | ସେହିଭଳି ପବିତ୍ର ଜାଗର ଉପଲକ୍ଷେ ଚଳଚଞ୍ଚଳ ହୋଇଉଠିଛି ଜଟଣୀ ଅଖଣ୍ଡଳମଣି ମନ୍ଦିର | ଆଜି ଆମେ ଆସି ପହଞ୍ଚିଛୁ ଜଟଣୀର ଅଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ I ଆସନ୍ତୁ ଦେଖିବା ଠାକୁରଙ୍କ ପାଖରେ କିପରି ଚାଲିଛି ପୂଜାର୍ଚ୍ଚନା ଏବଂ ନୀତିକାନ୍ତି I