ପୁଣି ମହଙ୍ଗା ମାଡ଼; ବଢ଼ିଲା ଗ୍ୟାସ୍ ଦର
ପୁଣି ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ | ରୋଷେଇ ଘରେ ଲାଗିଲା ନିଆଁ । ଦେଶରେ ପୁଣି ବଢିଲା ଗ୍ୟାସ ସିଲିଣ୍ଡର ଦାମ୍ । ମାସକ ମଧ୍ୟରେ ୨ ଥର ବଢ଼ିଲାଣି ଘରୋଇ ଏଲପିଜି ସିଲିଣ୍ଡର ଦାମ୍ । ଆଜି ପୁଣି ଉଭୟ ଘରୋଇ ଓ କମର୍ସିଆଲ ଗ୍ୟାସ୍ ଦର ବୃଦ୍ଧି ପାଇଛି । ଘରୋଇ ଗ୍ୟାସ ସିଲିଣ୍ଡର ପିଛା ୩ଟଙ୍କା ୫୦ ପଇସା ବଢିଛି । ସେହିଭଳି ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ପିଛା ୮ ଟଙ୍କା ବଢିଛି । ଏହି ବୃଦ୍ଧି ପରେ ଘରୋଇ ସିଲିଣ୍ଡରର ଦର ଭୁବନେଶ୍ୱରରେ ୧୦୨୬ ଟଙ୍କାରୁ ବଢି ୧୦୨୯ ଟଙ୍କା ହୋଇଛି ।
ଏଲପିଜି ସିଲିଣ୍ଡର ଦାମ ବୃଦ୍ଧି ପରେ ସମଗ୍ର ଦେଶରେ ଏବେ ଗ୍ୟାସ୍ ସିଲିଣ୍ଡର ପିଛା ଦର ହଜାରେ ପାର୍ କରି ଯାଇଛି। ଦିଲ୍ଲୀରେ ସିଲିଣ୍ଡର ପିଛା ଗ୍ରାହକଙ୍କୁ ୧୦୦୩ ଟଙ୍କା ଦେବାକୁ ପଡ଼ିବ । ସେହିପରି କୋଲକତାରେ ୧୦୨୯, ଚେନ୍ନାଇରେ ସିଲିଣ୍ଡର ପିଛା ୧୦୧୮ ଦେବାକୁ ପଡ଼ିବ । ସେହିପରି କମର୍ସିଆଲ ଗ୍ୟାସ ଦର ବୃଦ୍ଧି ହେବା ପରେ ଏବେ ଦିଲ୍ଲୀରେ ସିଲିଣ୍ଡର ପିଛା ୨୩୫୪ ଟଙ୍କା, କୋଲକତାରେ ୨୪୫୪, ମୁମ୍ବାଇରେ ୨୩୦୬ ଓ ଚେନ୍ନାଇରେ ୨୫୦୭ ଟଙ୍କା ଗଣିବାକୁ ପଡ଼ିବ ।
ଚଳିତ ମାସ ୭ ତାରିଖରେ ଗ୍ୟାସ ଦର ସିଲିଣ୍ଡର ପିଚ୍ଛା ୫୦ ଟଙ୍କା ବଢିଥିଲା । ଗତ ଏକ ବର୍ଷ ମଧ୍ୟରେ ଘରୋଇ ଗ୍ୟାସ ସିଲିଣ୍ଡରର ଦାମ ପ୍ରାୟ ୨୦୦ଟଙ୍କା ବଢ଼ି ୮୦୦ରୁ ହଜାରେ ଟଙ୍କା ଅତିକ୍ରମ କରିଛି ।