ଆପଣ କ’ଣ କମ୍ ପଇସା ନିବେଶ କରି ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି । ଯଦି ହଁ, ତେବେ ଆପଣ ମାତ୍ର ୨୦ ହଜାର ଟଙ୍କା ନିବେଶ କରି ବର୍ଷକୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ । ଆଜି ଆମେ ଆପଣମାନଙ୍କ ପାଇଁ ଏକ ଦମଦାର ବ୍ୟବସାୟ ଆଇଡିଆ ନେଇ ଆସିଛୁ । ଆମେ ଆଲୋଚନା କରିବା ଳେମନ୍ ଗ୍ରାସ୍ ଚାଷ ଉପରେ । ଏହି ଚାଷ ଆରମ୍ଭ କରିବା ପାଇଁ ଆପଣଙ୍କୁ ମାତ୍ର ୧୫ରୁ ୨୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।
ଗ୍ରାସରୁ ବାହାରୁଥିବା ତେଲର ବିଭିନ୍ନ ଔଷଧୀୟ ବ୍ୟବହାର ରହିଥିବା ବେଳେ ସାବୁନ, ତେଲ ଏବଂ ପ୍ରସାଧନ ସାମଗ୍ରୀରେ ମଧ୍ୟ ଏହାର ବ୍ୟବହାର କରାଯାଏ । ବିଭିନ୍ନ କମ୍ପାନୀରେ ଏହାର ବ୍ୟବହାର କାରଣରୁ ଏହା ସର୍ବଦା ଡିମାଣ୍ଡରେ ରହିଥାଏ । ଏହି କାରଣରୁ ଏହାର ମୂଲ୍ୟ ମଧ୍ୟ ଅଧିକ ରହିଥାଏ । ଏହି ଚାଷକୁ କମ ପାଣି ମିଳୁଥିବା ଅଞ୍ଚଳରେ ମଧ୍ୟ ଚାଷ କରାଯାଇ ପାରିଥାଏ । କମ ନିବେଶ ସହିତ ଏଥିରୁ ମାସକୁ ୪ ଲକ୍ଷ ଟଙ୍କା ଯାଏଁ ଲାଭ ହୋଇଥାଏ । ଫେବୃୟାରୀରୁ ଜୁଲାଇ ମାସ ମଧ୍ୟରେ ଏହି ଲେମନ ଗ୍ରାସ ଚାଷ ଆରମ୍ଭ କରାଯାଇଥାଏ । ବର୍ଷକରେ ୩-୪ ଥର ଏହି ଘାସ କଟା ଯାଉଥିବା ବେଳେ ଏକ କ୍ୱିଣ୍ଟାଲ ଘାସରୁ ୧ ଲିଟର ତେଲ ଉତ୍ପାଦନ ହୋଇଥାଏ । ଏହି ତେଲକୁ ଲିଟର ପିଛା ୧୦୦୦ରୁ ୧୫୦୦ ଟଙ୍କାରେ ବିକ୍ରି କରାଯାଇଥାଏ । ଏକ ଏକର ଜମିରେ ୫ ଟନ୍ ଲେମନ ଗ୍ରାସ ଉତ୍ପାଦନ ହୋଇଥାଏ । ତେଣୁ ଆପଣ ମାସକୁ ୪ରୁ ୫ ଲକ୍ଷ ଯାଏଁ ଆୟ କରିପାରିବେ । ଏହା ସହିତ ଏହି ଘାସକୁ ମଧ୍ୟ ଅଲଗା ବିକ୍ରି କରି ହେବ ।