ପେଟ୍ରୋଲ୍ ପମ୍ପ ଉପରକୁ ବାଣ ପକାଉ ଥିବା ବେଳେ ଦୁଇ ଜଣ ଧରାପଡ଼ିଛନ୍ତି । ଗୁଜରାଟର ସୁରତ ସହରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ପେଟ୍ରୋଲ ପମ୍ପ ଇନ୍ଧନ ଡିସପେନସର ଉପରକୁ ବାଣ ଫିଙ୍ଗୁ ଥିବା ଅଭିଯୋଗରେ ପୋଲିସ ୨ ଜଣଙ୍କୁ କାବୁ କରିିଛି । ସେମାନଙ୍କ ମଧ୍ୟରୁ ଜଣେ ନାବାଳକ । ଅନ୍ୟ ଅଭିଯୁକ୍ତ ଜଣକ ହେଲେ ସୁରତ ମହୀଧରପୁର ଅଞ୍ଚଳର ମହମ୍ମଦ ଇରଫାନ୍ କ୍ୟୁରେସି । ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭି ଦ୍ୱାରା କଏଦ ହୋଇଥିବା ଏହି ଫୁଟେଜ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସୋମବାର ସନ୍ଧ୍ୟାରେ ଦୁଇ ଯୁବକ ଏକ ସ୍କୁଟରରେ ଆସି ସୁରତର ଭେସୁ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଥିବା ପେଟ୍ରୋଲ ପମ୍ପ ଉପରକୁ ବାଣ ଫିଙ୍ଗୁଥିଲେ ।