ଆର୍ଥିକ ମାନ୍ଦାବସ୍ଥାକୁ ଦେଖି ବଡ ବଡ କମ୍ପାନୀମାନେ କର୍ମଚାରୀଙ୍କୁ ଛଟେଇ କରିବାରେ ଲାଗିଛନ୍ତି। ଏହା ବିଶେଷ ଭାବେ ଆଇଟି କମ୍ପାନୀମାନଙ୍କ ଉପରେ ପ୍ରଭାବ ପକାଇଛି। କିଛିଦିନ ପୂର୍ବରୁ ଗୁଗୁଲ, ମେଟା, ଅମାଜନ, ଟ୍ୱିଟର ଭଳି କମ୍ପାନୀମାନେ କର୍ମଚାରୀଙ୍କୁ ଛଟେଇ କରିଥିବା ବେଳେ ଏହି ଧାରାରେ ସାମିଲ ହୋଇଛି ଲିଙ୍କଡଇନ୍ କମ୍ପାନୀ। କମ୍ପାନୀ ତରଫରୁ ଏକ ବଡ ଧରଣର କର୍ମଚାରୀ ଛଟେଇ କରାଯିବା ନେଇ ଘୋଷଣା କରାଯାଇଛି। ବିଜନେସ ପ୍ରଫେସନାଲ ସୋସିଆଲ ମିଡିଆ ସାଇଡ ଲିଙ୍କଡଇନ୍ ତରଫରୁ ୭୧୬ ଜଣ କର୍ମଚାରୀ ଛଟେଇ କରାଯିବା ନେଇ ଘୋଷଣା କରାଯାଇଛି। ଏହାସହ କମ୍ପାନୀ ତରଫରୁ ଚାଇନିଜ୍ ଜବ୍ ଆପ୍ଲିକେଶନକୁ ବି ବନ୍ଦ କରାଯିବ ବୋଲି ସ୍ଥିର କରାଯାଇଛି।
ସୂଚନାଯୋଗ୍ୟ ଏବେ ଲିଙ୍କଡଇନ୍ କମ୍ପାନୀରେ ୨୦ ହଜାର କର୍ମଚାରୀ କାମ କରୁଛନ୍ତି କିନ୍ତୁ ରିପୋର୍ଟ ମୁତାବକ କମ୍ପାନୀ ବିଶ୍ୱର ଆର୍ଥିକ ମାନ୍ଦାବସ୍ଥାକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନେଇଛି। ଲିଙ୍କଡଇନ୍ ର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ରୟାନ ରୋସଲେନସ୍କି କର୍ମଚାରୀଙ୍କୁ ଏକ ଇ-ମେଲ ମାଧ୍ୟମରେ କହିଛନ୍ତି, ବଦଳୁଥିବା ସ୍ଥିତିକୁ ଦେଖି କମ୍ପାନୀ ବୈଶିକ ବିଜନେସ୍ ଅର୍ଗାନଇଜେସନ ତରଫରୁ ବଡ ପରିବର୍ତ୍ତନ କରିବାକୁ ଯାଉଛି। ଏନେଇ କମ୍ପାନୀରୁ ୭୧୬ ଜଣ କର୍ମଚାରୀ ଛଟେଇ କରାଯିବ।