ଭୁବନେଶ୍ୱର(ଏନଏନଏସ୍): ବଦଳିବ ଏକାମ୍ରକ୍ଷେତ୍ରର ରୂପରେଖ। ନୂଆ ରୂପ ପାଇବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର। ଏକାମ୍ର କ୍ଷେତ୍ରର ଗୌରବମୟ ଐତିହ୍ୟର ସଂରକ୍ଷଣ ପାଇଁ ଏକାମ୍ର କ୍ଷେତ୍ର ପ୍ରକଳ୍ପର ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଖର୍ଚ୍ଚ ହେବ ୪୫୦ କୋଟି ଟଙ୍କା। ସୂଚନାଯୋଗ୍ୟ ୬୪ ଏକର ପରିମିତ ସ୍ଥାନରେ ହେବ ପ୍ରକଳ୍ପ କାର୍ୟ୍ୟ। ଲିଙ୍ଗରାଜ ମନ୍ଦିର ସାମ୍ନାରେ ଉଦ୍ୟାନ ନିର୍ମାଣ ସହିତ ଏହାର ସୌନ୍ଦର୍ୟ୍ୟକରଣ ତଥା ମନ୍ଦିର ଚାରି ପାଖରେ ପରିକ୍ରମା ପଥ ନିର୍ମାଣ ଲାଗି ପରିକଳ୍ପନା କରାଯାଇ ଏହି ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ପ୍ରକଳ୍ପକୁ ଆରମ୍ଭ ହେବା ପୂର୍ବରୁ ୩ ଦିନ ଧରି ଭୂମିପୂଜନ ଓ ଶିଳାନ୍ୟାସ କାର୍ୟ୍ୟକ୍ରମ କରାଯିବ ।