ମାଟି ତଳୁ ମିଳିଛି ସୁନା ଖଣି । ଏହା ଦେଖିବାକୁ ମିଳିଛି ବିହାରରେ । ଯାହାକି କୁହାଯାଉଛି କ୍ଷେତରୁ ଫଳିଲା ଧନର ଭଣ୍ଡାର । କରୋନା ସମୟରେ ମାଲାମାଲ ହେଲା ବିହାର ଝାଡ଼ଖଣ୍ଡ । ଏହି ସୁନା ଖଣିର ଖବର ପାଇବା ପରେ ଭାରତବାସୀ ନାଚି ଉଠିଛନ୍ତି । କରୋନା ସମୟରେ ସବୁ ଭାରତୀୟ ବଡ଼ କଷ୍ଟରେ ଜୀବନ ବିତାଉଥିବା ବେଳେ ଏଭଳି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହିତ ଆଶ୍ୱସ୍ତି ଆଣି ଦେଇଛି । ବିହାରରେ ମାଟିର ବହୁ ଗଭୀର ଭିତରେ ଯେଉଁଠିକୁ ଆପଣଙ୍କ ଆଖି ପାଇବା ତ ଦୂରର କଥା ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ ସେଠାରେ ସୁନା ଖଣି ଥିବା ସନ୍ଧାନ ମିଳିଛି । ଦର୍ଶକବନ୍ଧୁ ଏବେ ଆପଙ୍କ ମନରେ ପ୍ରଶ୍ନ ଆସୁଥିବା ଭାରତର ସବୁଠାରୁ ଗରିବ ରାଜ୍ୟ ବିହାର କଣ ସତରେ ମାଲାମାଲ ହୋଇଯିବ ? ଯଦି ହଁ କେଉଁଠି ଅଛି ଏତେ ସୁନା ଯାହା ଇତିହାସକୁ ବଦଳାଇ ଦେବ । ବିହାରର ଜମୁଇରେ ମିଳିଛି ଦେଶର ସବୁଠାରୁ ବଡ଼ ସ୍ୱର୍ଣ୍ଣ ଭଣ୍ଡାର ।
ଦର୍ଶକବନ୍ଧୁ ଆପଣ ସମସ୍ତେ ଜାଣିଛନ୍ତି ବିହାର ଭାରତର ଗରିବ ରାଜ୍ୟମାନଙ୍କ ମଧ୍ୟରେ ଗୋଟିଏ । ମାତ୍ର ବିହାର ଜମୁଇ ଅଞ୍ଚଳରୁ ଏତେ ସୁନା ମିଳିଛି ଯେ ଏପର୍ଯ୍ୟନ୍ତ କୋୖଣସି ରାଜ୍ୟରୁ ଏମିତି ମିଳିନାହିଁ । ଏଠାରେ ସ୍ଥାନୀୟ ଲୋକମାନେ କହନ୍ତି ଏଠାରେ ମାଟିରୁ ସୁନା ବାହାର କରାଯାଏ । ମାଟିରୁ ଯେଉଁ ସୁନା ବାହାର କରନ୍ତି ତାକୁ ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାନ୍ତି । ଏହି ଘଟଣା ଏମାନଙ୍କ ପାଇଁ ସାଧାରଣ ଘଟଣା । ମହେଶ୍ୱରୀ ଗାଁ ର ଲୋକେ କୁହନ୍ତି ୧୫ ବର୍ଷ ପୂର୍ବରୁ ସର୍ଭେ କରିବା ପାଇଁ ଏଠାକୁ ଗୋଟିଏ ଟିମ୍ ଆସିଥିଲେ । ଏଠାରେ ସେମାନେ ସୁନାର ସନ୍ଧାନ ପାଇଥିଲେ, ମାତ୍ର ଖର୍ଚ ହିସାବରେ ଅର୍ଥ ରାଶି କମ ଥିବାରୁ ସେମାନେ ଫେରି ଯାଇଥିଲେ । ସେମାନେ କହିଲେ ସୁନା ମାଟିର ବହୁ ତଳ ସ୍ତରରେ ଅଛି । ଏଠାରେ ସୁନା ବାହାର କରିବାକୁ ବହୁ ପ୍ରକାର ମେସିନ ଓ ଉପକରଣ ର ଆବଶ୍ୟକତା ଅଛି । ତେଣୁ ସେମାନେ ଛାଡ଼ି ପଳାଇଗଲେ । ମାତ୍ର କେନ୍ଦ୍ର ସରକାର ଏବେ ଏହି ଖଣିରୁ ସୁନା ବାହାର କରିବାକୁ ଯୋଜନା କରିଛନ୍ତି । କେନ୍ଦ୍ରରୁ କିଛି ଟିମ ଏଠାକୁ ଆସି କିଛି ମାସ ରହି ସର୍ଭେ କରିଥିଲେ । ଏହି ସର୍ଭେରୁ ଜଣାପଡ଼ିଛି ଯେ, ବିହାରରେ ୪୦ ପ୍ରତିଶତ ସୁନାର ଭଣ୍ଡାର ଅଛି । ଶୀତକାଳୀନ ଅଧିବେଶନରେ ସା°ସଦ ସଞ୍ଜୟ ଜୟଶ୍ୱଆଲ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ, କଣ ପ୍ରକୃତରେ ଦେଶର ସବୁଠାରୁ ବଡ଼ ସ୍ୱର୍ଣ୍ଣ ଭଣ୍ଡାର ବିହାରରେ ଅଛି ? ଏହାର ଉତ୍ତରରେ ଖଣିଜ ଓ କୋଇଲା ସ°ସଦୀୟ କାର୍ଯ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଜଣାଇଛନ୍ତି ଯେ, ପ୍ରାଥମିକ ତଦନ୍ତରୁ ଜଣାପଡିଛି ଦେଶରେ ୬୫୫ ଟନ ସୁନା ମହଜୁଦ ଅଛି । ଯେଉଁଠି ୪୪ ପ୍ରତିଶତ ସୁନା ଖାଲି ବିହାରରୁ ମିଳିଛି । ବିହାରର ଜୁମେଇ ଜିଲ୍ଲାରେ ୩୮ ଟନ ସୁନା ସହିତ ୨୨୩ ମିଲିୟନ ଟନ ଅନ୍ୟ ଧାତୁର ଭଣ୍ଡାର ଥିବା ସନ୍ଧାନ ମିଳିଛି । ବିହାରରେ ଏହି ସୁନା ଖଣି ଉତ୍ତୋଳନ ସମୟରେ ହଜାର ହଜାର ଲୋକଙ୍କୁ ରୋଜଗାର ମିଳିଯିବ । ୪୦ ପ୍ରତିଶତ ସୁନା ବିହାରରେ ଥିବା ବେଳେ ଏହାପରେ ରାଜସ୍ଥାନରେ ୨୫ ପ୍ରତିଶତ, କର୍ଣାଟକରେ ୨୧ ପ୍ରତିଶତ ରହିଛି । ପଶ୍ଚିମ ବଙ୍ଗରେ ୩ ପ୍ରତିଶତ ଓ ଆନ୍ଧ୍ରପ୍ରଦେଶରେ ୩ ପ୍ରତିଶତ ଏବଂ ଝାଡ଼ଖଣ୍ଡରେ ୨ ପ୍ରତିଶତ ମିଳିଛି । ଝାଡ଼ଖଣ୍ଡରେ ଦେଖନ୍ତୁ ମାଟିତଳୁ ୨୫୦ କିଲୋର ସୁନାର ଭଣ୍ଡାର । କରୋନା ସମୟରେ ଝାଡ଼ଖଣ୍ଡ ବଡ଼ ଖୁସି ଖବର ଦେଇଛି । ଏଠାରେ ସିଂହଭୂମ ଜିଲ୍ଲାରେ ଶହଶହ କୋଟି କୋଟି ଟଙ୍କାର ସୁନାର ଖଣି ମିଳିଛି । ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ହିସାବରେ ଏହା ଭିତରେ ଥିବା ମାଟି ତଳେ ୨୫୦ କେଜି ସୁନା ରହିଛି । ଝାଡ଼ଖଣ୍ଡ ସରକାର ଏହାକୁ ଶୁଣି ନିଲାମ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଝାଡ଼ଖଣ୍ଡରେ ଆହୁରି ୭ ଜାଗାରେ ସୁନା ଖଣି ଥିବାର ସଙ୍କେତ ମିଳିଛି । ଏଠାରେ ସୁନା ସହିତ ଲୁହାପଥର ଖଣି ମଧ୍ୟ ଅଛି । ଦେଖନ୍ତୁ ଭାରତରେ କେଉଁଠି କେଉଁଠି ରହିଛି ଖାଣ୍ଟି ସୁନା ? ଭାରତରେ ଏହି ଶୁଦ୍ଧ ବା ଖାଣ୍ଟି ସୁନା ପରିମାଣ ୧୦ ହଜାର ଟନରୁ ଅଧିକ । ଭାରତରେ ସୁନାର ସବୁଠାରୁ ବେଶୀ ଉତ୍ପାଦନ କର୍ଣ୍ଣାଟକରେ ହୁଏ । ଏଠାରେ କୋଲାର ଗୋଲ୍ଡ ପିଡ, ଧାରୱଆଡ, ହସେନ୍ଓର, ରାଇଚୁର ଗୋଲ୍ଡଫିଡ ର ୧୭•୫ ଲକ୍ଷ ଟନ ମିଶ୍ରିତ ସୁନାର ଭଣ୍ଡାର ଅଛି । ଯାହାକି ୪୨ହଜାର କେଜି ସୁନା ପାଇଁ ଖଣି ଅଛି । ଏଠାରୁ ଦେଶର ୮୮ ପ୍ରତିଶତ ସୁନା ଉତ୍ପାଦନ କରାଯାଇଥାଏ । ଭାରତର ସବୁଠାରୁ ବଡ଼ ଉତ୍ପାଦନ ରାଜ୍ୟ ଆନ୍ଧ୍ରପ୍ରଦେଶ । ଯେଉଁଠି ୭ ହଜାର ଟନ୍ ମିଶ୍ରିତ ସୁନାରୁ ୩୭ ହଜାର କେଜି ସୁନା ଖୋଳା ଯାଇଥାଏ । ଏହାଛଡା ୩୪୪ କିଲୋ ସୁନା ଉତ୍ପାଦନ ଝାଡ଼ଖଣ୍ଡରୁ ହୋଇଥାଏ । ଝାଡ଼ଖଣ୍ଡରେ ସ୍ୱର୍ଣ୍ଣ ରେଖା ନଦୀରେ ବାଲିରୁ ସୁନା ବାହାର କରାଯାଇଥାଏ । ଏଠାରେ ଏଥିପାଇଁ ସିଂହଭୂମ ଜିଲ୍ଲା ବହୁତ ପ୍ରସିଦ୍ଧ । ବିଶ୍ବରେ ସୁନା ଭଣ୍ଡାର ଗଛିତ ୧୦ ଦେଶ ଭିତରେ ଭାରତ ୯ମ ସ୍ଥାନରେ ଅଛି । ୱାର୍ଲଡ କାଉନସିଲ ମୁତାବକ ଭାରତର ସ୍ୱର୍ଣ୍ଣ ଭଣ୍ଡାର ୬୨୬ ଟନ ଗଛିତ ଅଛି । ଏହି ହିସାବରେ ଆମେରିକା ପ୍ରଥମ ଓ ଜର୍ମାନୀ ଦିତୀୟ ସ୍ଥାନରେ ଅଛନ୍ତି । ଆମେରିକା ପାଖରେ ୮୧୩୩ ଟନ ସୁନା ଗଛିତ ଥିବା ବେଳେ ଭାରତ ପାଖରେ ଥିବା ସରକାରୀ ସୁନା ଭଣ୍ଡାର ପାକିସ୍ତାନଠାରୁ ୧୦ ଗୁଣା ଅଧିକ । ଗୋଲ୍ଡ ଭଣ୍ଡାର ଦେଶର ରିଜର୍ଭ ବ୍ୟାଙ୍କ ପାଖରେ ରଖାଯାଇଥାଏ । ଦେଶର ସଙ୍କଟ ସମୟରେ ଦେଶର ଜନସାଧାରଣଙ୍କଠାରୁ ରିଜର୍ଭ ବ୍ୟାଙ୍କ ସୁନା କିଣିଥାଏ ।