ଭୂମିହୀନ ବ୍ୟକ୍ତିଙ୍କୁ ପ୍ରଶାସନ ପକ୍ଷରୁ ଜମି ପଟା ପ୍ରଦାନ କରାଯାଇଛି । ହେଲେ କିଛି ମୁଷ୍ଟିମେୟ ଲୋକ ଏହି ଜମିକୁ କବ୍ଜା କରିନେଇଛନ୍ତି । ଭୂମିହୀନ ବ୍ୟକ୍ତି ଜମି ପାଇବା ପାଇଁ ଏ ଅଫିସରୁ ସେ ଅଫିସ୍ ଧାଇଁ ଧାଇଁ ନୟାନ୍ତ ହୋଇଗଲେଣି । ଏହି ଗରିବ ଲୋକ ବାଧ୍ୟ ହୋଇ ଜିଲ୍ଲା ପ୍ରଶାସନ ଓ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ରାଇତଳା ପଞ୍ଚାୟତର କୋକେଇଦା ଗ୍ରାମରେ । ୨୦୦୪ ମସିହାରେ କୋକେଇଦା ଗ୍ରାମର ୧୦ଜଣ ଭୂମିହୀନ ବ୍ୟକ୍ତିଙ୍କୁ ସରକାରଙ୍କ ପକ୍ଷରୁ ଗୁଁଠିକିଆ ଜମିର ପଟା ପ୍ରଦାନ କରାଯାଇଥିଲା । ସେହିଦିନଠାରୁ ନିଜ ନିଜର ଜାଗା ଚିହ୍ନଟ ପାଇଁ ଦିର୍ଘ ୧୭ବର୍ଷ ହେଲା ସେମାନେ ଏ ଅଫିସରୁ ସେ ଅଫିସ୍ ଧାଇଁ ଧାଇଁ ହତୋତ୍ସାହିତ ହୋଇପଡିଥିଲେ । ବର୍ତ୍ତମାନର ତହସିଲଦାର ଇନଚାର୍ଯ ଏବଂ ଗଁଦିଆ ଥାନାର ଭାରପ୍ରାପ୍ତ ଅଧିକାରୀ ବିଷ୍ଣୁ ଚରଣ ବାରିକ୍ ଗତ ନଭେମ୍ବର 30ତାରିଖରେ ଜମି ଚିହ୍ନଟ କରିବା ସହିତ ଜବରଦଖଲ୍ ଉଛେଦ କରି ଏହି ୧୦ଜଣ ବ୍ୟକ୍ତିଙ୍କ ଜମିକୁ ସିମେଣ୍ଟ ଖୁଣ୍ଟି ପୋତି ସେମାନଙ୍କୁ ଚିହ୍ନଟ ଦେଇଥିଲେ। କିନ୍ତୁ ଜବରଦଖଲ କାରୀମାନେ ପୋଲିସ ପ୍ରଶାସନ ଓ ତହସିଲ ପ୍ରଶାସନକୁ ଚ୍ୟାଲେଞ୍ଜ କରି ଚିହ୍ନଟ ଜାଗାକୁ ବଳପୂର୍ବକ ନିଜ ଅକ୍ତିଆରକୁ କରିନେଇଛନ୍ତି । ଜବରଦଖଲ କାରୀମାନେ ବାହୁବଳ ଓ ଗୁଣ୍ଡାବଳ ଦେଖାଇ ପ୍ରଶାସନ ଦେଇଥିବା ଚିହ୍ନଟ ଜମିରେ ପୋତା ଯାଇଥିବା ସିମେଣ୍ଟ ଖୁଣ୍ଟିଗୁଡ଼ିକୁ ଗତ ୩ ତାରିଖରେ ଟାଙ୍ଗିଆରେ ବାଡେଇ ଭାଙ୍ଗି ଦେଇଥିଲେ। ଫଳରେ ୧୦ଜଣ ଭୂମିହୀନ ଆଜି ଗ୍ରାମର କିଛି ଭଦ୍ରବ୍ୟକ୍ତିଙ୍କୁ ଧରି ଗଁଦିଆ ତହସିଲ ଅଫିସରେ ପହଞ୍ଚିଥିଲେ। ତହସିଲଦାର ଆଶିଷ ରଂଜନ ସାହୁ ଜବରଦଖଲ କାରିଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଜିରେ ବୋଲି ପ୍ରତିଶୃତି ଦେବା ସହିତ ଗଁଦିଆ ଥାନାରେ ଲିଖିତ ଅଭିଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ। ହିତାଧିକାରୀ ମାନେ ଗଁଦିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏଠି ପ୍ରଶ୍ନ ଉଠୁଛି ପ୍ରଶାସନ କରିଥିବା ଚିହ୍ନଟ ଜମିକୁ ଜବରଦଖଲ କାରିମାନେ ଭାଙ୍ଗିବାକୁ ଦୁଃଶାହସ କଲେ କାହା ସାହାସ୍ ରେ। କିଏ ସେ ମାଷ୍ଟର ମାଇଣ୍ଡ ? ବାରମ୍ବାର ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ କରୁଛି ? ତୁରନ୍ତ ଉପରିସ୍ଥ ଅଧିକାରୀ ମାନେ ଏଭଳି ସମ୍ବେଦନଶୀଳ ଘଟଣା ଉପରେ ଧ୍ୟାନଦେବା ସହିତ ଏହି କାର୍ଯ୍ୟରେ ନିୟୋଜିତ ଥିବା ଅସାମାଜିକ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।