ବିବାହ ବନ୍ଧନରେ ବାନ୍ଧି ହେଲେ ଆରଜେଡ଼ି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସାନ ପୁଅ ତେଜସ୍ୱୀ ଯାଦବ । ତେଜସ୍ୱୀ ଏୟାରହୋଷ୍ଟେସ ଆଲେକ୍ସିସ୍ ଙ୍କୁ ନିଜର ଜୀବନସାଥୀ ରୂପେ ଗ୍ରହଣ କରିଛନ୍ତି । ତେଜସ୍ୱୀ ଏବଂ ଆଲେକ୍ସିସ୍ ପରସ୍ପରକୁ 6 ବର୍ଷ ଧରି ଜାଣିଛନ୍ତି ଏବଂ ପୁରୁଣା ବନ୍ଧୁ ଥିଲେ |ତେଜସ୍ୱୀଙ୍କ ବିବାହର ଏହି କାର୍ଯ୍ୟକ୍ରମ ଦିଲ୍ଲୀର ସୈନିକ ଫାର୍ମରେ ହୋଇଥିଲା | ଏହି ଫାର୍ମଟି ତାଙ୍କ ଭଉଣୀ ମିସା ଭାରତୀଙ୍କର | ଫାର୍ମ ବାହାରେ ଏବଂ ଭିତରେ କଡା ସୁରକ୍ଷା କରାଯାଇଛି | ଆସୁଥିବା ଏବଂ ଯାଉଥିବା ପ୍ରତ୍ୟେକ ଯାନକୁ କଡା ଯାଞ୍ଚ କରାଯାଉଥିବା ଦେଖିବାକୁ ମିଳିଥିଲା | ବିବାହ କାର୍ଯ୍ୟକ୍ରମ ଭିତରକୁ ପ୍ରବେଶ ପାଇଁ ତିନି ସ୍ତରୀୟ ସୁରକ୍ଷା ଯାଞ୍ଚ ପାର ହୋଇଯିବାକୁ ପଡୁଥିବା ଶୁଣିବାକୁ ମିଳିଛି |
ବିବାହ ଉତ୍ସବରେ ବଧୂ ଆଲେକ୍ସିସ୍ ଲାଲ୍ ରଙ୍ଗର ଲେହେଙ୍ଗା ପନ୍ଧିଥିବା ବେଳେ ଲାଲୁଙ୍କ ପୁଅ ଗୋଲଡେନ ରଙ୍ଗର ଶେରୱାନିରେ ବର ଭାବରେ ସଜ ହୋଇଛନ୍ତି | ତେଜସ୍ୱୀଙ୍କ ବଧୂ ଆଲେକ୍ସିସ୍ ଦିଲ୍ଲୀର ବସନ୍ତ ବିହାରରେ ରୁହନ୍ତି ଏବଂ ତାଙ୍କ ପିତା ଚଣ୍ଡିଗଡ଼ର ଏକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ | ଆଲେକ୍ସସ୍ ଏକ ଖ୍ରୀଷ୍ଟିଆନ ପରିବାରର ହୋଇଥିବାରୁ ଲାଲୁ ଏହି ବିବାହ ନିଷ୍ପତିକୁ ବିରୋଧ କରୁଥିଲେ | କିନ୍ତୁ ତେଜସ୍ୱୀ ତାଙ୍କ ଜିଦିରେ ଅଟଳ ରହିବାରୁ ଲାଲୁଙ୍କୁ ମୁଣ୍ଡ ନୁଆଁଇବାକୁ ପଡିଥିବା ଶୁଣିବାକୁ ମିଳୁଛି |