ଏକ ଭାଇରଲ ଭିଡ଼ିଓ କୁ ନେଇ ଉତ୍ତରପ୍ରଦେଶ ଲଖିମପୁର ଖିରି ଠାରେ ଧାରଣରତ ଚାଷୀଙ୍କ ସହ ଅନ୍ୟ ଏକ ଗୋଷ୍ଠୀ ବିବାଦ । ମାର ପିଟିରେ ୮ ଚାଷୀ ମୃତ ଓ ଦୁଇ ଏସୟୁଭି ଗାଡି ପୋଡି। ଘଟଣାସ୍ଥଳରେ କର୍ଫ୍ୟୁ।
ଲଖିମପୁରଖିରି ଘଟଣାରେ ଉତ୍ତରପ୍ରଦେଶ ପୋଲିସ ୯ ଜଣଙ୍କୁ ଗିରଫ କରିଛି ଓ ୬୦ ଜଣଙ୍କୁ ଅଟକ ରଖିଛି।
କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଭାଦ୍ରା ଗିରଫ। ଲଖିମପୁରଖିରି ଘଟଣାରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେଇବା ପାଇଁ ଆହ୍ୱାନ ଦେଇଥିଲେ।
ଘଟଣାସ୍ଥଳ ପରିଦର୍ଶନ ପାଇଁ ଲଖିମପୁରଖିରି ବାହାରୁଥିବା ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଆଖିଲେଶ ଯାଦବ ଗୃହବନ୍ଦୀ।
ଲଖିମପୁରଖିରି ମାମଲାରେ ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ନାମରେ FIR ଲେଖିଲା ୟୁପି ପୋଲିସ । ସୂଚନା ଦେଲେ ଲଖିମପୁରଖିରି ପୋଲିସ ଏସପି ବିଜୟ ଧୁଲ।