ଏନଏନଏସ୍: ଆଇପିଏଲ୍ ରେ ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କ ଝଗଡାକୁ ନେଇ ଏବେ ସବୁଠି ଚର୍ଚ୍ଚା। ତେବେ ଏହି ଘଟଣାକୁ ନେଇ ଦୁଇଦିନ ବିତିଯାଇଥିଲେ ମଧ୍ୟ ଗମ୍ଭୀରଙ୍କ ରାଗ ଶାନ୍ତ ହୋଇନାହିଁ। ଏନେଇ ଗମ୍ଭୀର ପୁଣି ଥରେ ସୋସିଆଲ ମିଡ଼ିଆରେ ଟ୍ୱିଟ୍ କରିଛନ୍ତି। ଗମ୍ଭୀର ଟ୍ଵିଟ କରି ଲେଖିଛନ୍ତି, ଯେଉଁ ବ୍ୟକ୍ତି ଦିଲ୍ଲୀ କ୍ରିକେଟ୍ ଛାଡି ଫେରାର ହୋଇଯାଇଥିଲା, ଏବେ ସେ ଚାପ ପକାଉଛନ୍ତି।
ସୂଚନାଯୋଗ୍ୟ, ଲକ୍ଷ୍ନୌର ଏକନା କ୍ରିକେଟ ଷ୍ଟାଡିୟମରେ ଲକ୍ଷ୍ନୌ –ବେଙ୍ଗାଲୁରୁ ଆଇପିଏଲ୍ ମ୍ୟାଚରେ ବେଙ୍ଗାଲୁରୁ ଲକ୍ଷ୍ନୌକୁ ୧୮ ରନରେ ହରାଇଥିଲା। ମ୍ୟାଚ୍ ସରିବା ପରେ ସବୁ ଖେଳାଳି ଏକାଠି ହୋଇଥିଲେ। ଏତିକି ବେଳେ କୌଣସି କଥାକୁ ନେଇ କୋହଲି ଓ ଗମ୍ଭୀରଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ଝଗଡ଼ା ଏତେ ଜୋରରେ ହୋଇଥିଲା ଯେ ବାକି ଖେଳାଳି ଓ ଷ୍ଟାଫ ସେମାନଙ୍କୁ ଅଟକାଇଥିଲେ । ଯାହାର ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।