ଖରା ଦିନେ ବେଲ ପଣା ବହୁତ ଉପକାରୀ | ବେଲ ପଣା ପିଇଲେ ଲୁ ପ୍ରଭାବରୁ ଆପଣଙ୍କୁ ମିଳିଥାଏ ମୁକ୍ତି | ଏହା ବ୍ୟତୀତ ଖରାରୁ ରକ୍ଷା ପାଇବା ପାଇଁ ଏହା ରାମବାଣ ସଦୃଶ | ଏହା ସହିତ କୋଷ୍ଠକାଠିନ୍ୟ ସମସ୍ୟା ଠାରୁ ଆରମ୍ଭ କରି ରକ୍ତ ସଫା କରିବା ପର୍ଯ୍ୟନ୍ତ ବେଲ ରସ ଅତ୍ୟନ୍ତ ଉପଯୋଗୀ | ବେଲ ରସ ପିଇଲେ ଅନ୍ୟ କଣ ସବୁ ଲାଭ ମିଳିଥାଏ ଆସନ୍ତୁ ଜାଣିବା …
ବଢିବ ପ୍ରତିରୋଧକ ଶକ୍ତି – ଯଦି ଖରା ଦିନେ ଆପଣ ବେଲ ରସ ପିଅନ୍ତି, ତେବେ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ | ଉତ୍ତମ ପ୍ରତିରକ୍ଷା ଶରୀରକୁ ରୋଗ ସହ ଲଢ଼ିବାରେ ସହାୟକ ହୋଇଥାଏ | ବେଲ ରସ ରେ ପ୍ରୋଟିନ୍, ବିଟା-କାରୋଟିନ୍, ଥିଏମାଇନ୍, ରାଇବୋଫ୍ଲାଭିନ ଏବଂ ଭିଟାମିନ୍ ସି ପରି ଭରପୁର ପୁଷ୍ଟିକର ଖାଦ୍ୟ ମିଳିଥାଏ |
ସଫା କରିବ ରକ୍ତ – ଶରୀରରେ ରକ୍ତ ସଫା କରିବାରେ ବେଲ ରସ ବେଶ ସହାୟକ ହୋଇଥାଏ | ଯଦିଓ ରକ୍ତ ସଫା କରିବା ପାଇଁ ବଜାରରେ ଅନେକ ପ୍ରକାରର ଔଷଧ ଉପଲବ୍ଧ, କିନ୍ତୁ ବେଲ ରସ ଏକ ପ୍ରାକୃତିକ ବିକଳ୍ପ |ଯାହାକୁ ଆପଣ ସହଜରେ ଗ୍ରହଣ କରିପାରିବେ |
ହୃଦରୋଗ ପାଇଁ ଉପକାରୀ – ଯଦି ବେଲ ରସରେ ଘିଅ ମିଶ୍ରଣ କରି ଏକ ନିର୍ଦ୍ଦିଷ୍ଟ ପରିମାଣ ଖିଆଯାଏ, ତେବେ ଏହାର ଲାଭ ମିଳିଥାଏ | ଏହା ଦ୍ୱାରା ହୃଦୟ ସମ୍ବନ୍ଧିତ ରୋଗ ପାଖ ମାଡ଼େ ନାହିଁ | ଅର୍ଥାତ୍ ଏହା ହୃଦଘାତର ଆଶଙ୍କା ମଧ୍ୟ ହ୍ରାସ କରିଥାଏ |
ମହିଳାମାନଙ୍କ ପାଇଁ ଲାଭଦାୟକ – ବେଲ ରସ ମହିଳାମାନଙ୍କ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ | ପ୍ରକୃତପକ୍ଷେ ଏହା ସ୍ତନ କର୍କଟରୁ ରକ୍ଷା କରିଥାଏ | ଏହା ସହିତ, ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କ ପାଇଁ ଵେଲ ରସ ମଧ୍ୟ ଉପଯୋଗୀ | ବେଳ ରସ ସେବନ କଲେ ସ୍ତନ କ୍ଷୀର ଉତ୍ପାଦନ ବୃଦ୍ଧି ପାଇଥାଏ | ତେବେ ବେଲ ରସ ପିଇବାର ମଧ୍ୟ ନିର୍ଦ୍ଧିଷ୍ଟ ସମୟ ଥାଏ | ତେବେ ଜାଣନ୍ତୁ କେଉଁ ସମୟରେ ବେଲ ରସ ପିଇଲେ ଏହା ସ୍ୱାସ୍ଥ୍ୟ ପାଇଁ ହିତକାରୀ | ତେବେ ଆପଣ ସକାଳେ କିମ୍ବା ଅପରାହ୍ନରେ ଖାଲି ପେଟରେ ଵେଲ ରସ ପିଇପାରିବେ | କିନ୍ତୁ ମନେରଖନ୍ତୁ ଯେ ଖାଦ୍ୟ ଖାଇବା ପରେ କି ଚା, କଫି ପିଇବାର ତୁରନ୍ତ ପରେ ବେଲ ରସ ପିଇବା ଉଚିତ୍ ନୁହେଁ | କାରଣ ଏହା କରିବା ଦ୍ୱାରା ସ୍ୱାସ୍ଥ୍ୟରେ ସୁଧାର ଆସିବା ପରିବର୍ତ୍ତେ ବିଗିଡ଼ିବାରେ ସମ୍ଭାବନା ଥାଏ |