ପଞ୍ଚମୁଖୀ ହନୁମାନ ମନ୍ଦିର ଭଙ୍ଗାକୁ ଜନସାଧାରଣଙ୍କ ବିରୋଧ। କିଶନ ନଗର ତହସିଲ ଅଧିନସ୍ଥ ସାଲେପୁର ବ୍ଲକ୍ ଅନ୍ତର୍ଗତ ରଟିଲୋ ପଞ୍ଚାୟତର ମହାନଦୀ ଅବବାହିକାରେ ସ୍ଥାପିତ ପଞ୍ଚମୁଖୀ ହନୁମାନ ମନ୍ଦିର ସହ ନୂତନ ଭାବେ ଗଢି ଉଠିଥିବା ଗୃହ, ପ୍ରାଚୀର ଓ ନୂତନ କାରୁ କାର୍ଯ୍ୟକୁ ଭାଙ୍ଗିବା ପାଇଁ ଦୀର୍ଘ ଦିନ ହେବ ଜାତୀୟ ଗ୍ରୀନ ଟ୍ରିବୁନାଲରେ ମକଦ୍ଦମା ଚାଲିଥିଲା। ଶେଷରେ ମାନ୍ୟବର ସୁପ୍ରିମ କୋର୍ଟ ମନ୍ଦିର ଓ ଚତୁର୍ପାଶ୍ୱ ରେ ଚାଲିଥିବାନିର୍ମାଣ କାର୍ଯ୍ୟ କୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ନାମା ଜାରି କରିଥିଲେ । କିନ୍ତୁ ପ୍ରଶାସନର ଉଚ୍ଛେଦପ୍ରକ୍ରିୟାକୁ ସ୍ଥାନୀୟ ଜନସାଧାରଣ ବିରୋଧ କରିଥିବା ଦେଖା ଯାଇଥିଲା । ସ୍ଥାନୀୟବାସୀଙ୍କ ପକ୍ଷରୁ ପାଖା ପାଖି ୫୦୦ରୁ ଉର୍ଦ୍ଧ ପୁରୁଷ ଓ ମହିଳା ମନ୍ଦିର ସମ୍ମୁଖରେ ପାଲ ପକେଇ ବସିରହିବା ସହିତ ଗଛ ଡ଼ାଳ ପକେଇ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ପେଟ୍ରୋଲ ଓ କିରାସିନି ରଖି ଆତ୍ମାହୁତି ଦେବାକୁ ନିଷ୍ପତି ନେଇଥିଲେ । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଘଟଣା ସ୍ଥଳରେ ପହଞ୍ଚିବା ପରେ ମନ୍ଦିର ଭଙ୍ଗାଯିବା ନିଷ୍ପତି କୁ ପନ୍ଦର ଦିନ ପାଇଁ ସ୍ଥଗିତ ରଖାଯାଇଥିବା କିଶନନଗର ତହସିଲଦାର ସୁଚେତା ମହାପାତ୍ର ସୂଚନା ଦେଇଛନ୍ତି।
#NNSODIA