ଦର୍ଶକବନ୍ଧୁ ଆମର ଦୈନନ୍ଦିନ ଜୀବନରେ ସୋସିଆଲ ମିଡ଼ିଆ ଏକ ନିୟମିତ ଅଭ୍ୟାସରେ ପରିଣତ ହୋଇଗଲାଣି। ଏହି ପ୍ଲାଟଫର୍ମ ଯୁବପିଢ଼ିଙ୍କ ଠୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ଯୋଗାଇ ଦେଇଥାଏ ମନୋରଞ୍ଜନର ଖୋରାକ | ତେବେ ଭାଇରାଲ ଭିଡିଓକୁ ନେଇ ଏବେ ସବୁଠି ଚାଲିଛି ଟ୍ରେଣ୍ଡ । ରାନୁ ମଣ୍ଡଳ ହୁଅନ୍ତୁ କି ବଚପନ କା ପ୍ୟାରର ସିଙ୍ଗର ସହଦେବ ଦିର୍ଦୋ | ସମସ୍ତ ସେନ୍ସେସନଙ୍କ ଭାଗ୍ୟ ବଦଳାଇଦେଇଛି ସୋସିଆଲ ମିଡ଼ିଆ | ସେହିଭଳି ଜଣେ ବେଲୁନ ବିକାଳୀଙ୍କ ଭାଗ୍ୟ ବଦଳି ଯାଇଛି । ରାସ୍ତାକଡରେ ବିକୁଥିବା ବେଲୁନଵାଲୀ ଏବେ ପାଲଟିଛନ୍ତି ବ୍ୟୁଟି ସେନ୍ସେସନ।
କେରଳର ଟିନ୍ ଗର୍ଲ କିସବୁ ଥିଲେ ଜଣେ ବେଲୁନ ବିକାଳୀ । ତାଙ୍କର ମେକଓଭର ପରେ ସେ ପାଲଟି ଯାଇଛନ୍ତି ମଡେଲ | ତାଙ୍କୁ ନେଇ ସୋସିଆଲ ମିଡ଼ିଆରେ ଚାଲିଛି ବେଶ ଚର୍ଚ୍ଚା । ଭାଇରାଲ ହେଉଛି ତାଙ୍କ ନୂ୍ଆ ଅନ୍ଦାଜର ଫଟୋ । କିସବୁ ମନ୍ଦିର ନିକଟରେ ବେଲୁନ ବିକ୍ରି କରୁଥିଲେ | ସେହି ସମୟରେ ଫଟୋଗ୍ରାଫର ଅର୍ଜୁନ କ୍ରୀଷ୍ଣନଙ୍କ ନଜର କିସବୁଙ୍କୁ ଉପରେ ପଡିଥିଲା । କିସବୁଙ୍କ ନିରୀହ ଚେହେରା ଅର୍ଜୁନ କ୍ରୀଷ୍ଣନଙ୍କୁ ବେଶ ଆକର୍ଷିତ କରିଥିଲା | ପରେ ସେ ତାର ଏକ ଫଟୋ ଉଠାଇ ନେଇଥିଲେ । ସେହି ଫଟୋକୁ ସେ ନିଜ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ | ଫଟୋରେ ବହୁଳ ମାତ୍ରାରେ ପ୍ରତିକ୍ରିୟା ରଖିଥିଲେ ତାଙ୍କ ଫଲୋର୍ସ । ପରେ ଫଟୋଗ୍ରାଫର ଅର୍ଜୁନଙ୍କୁ କିସବୁଙ୍କ ମେକଓଭର କରିବାକୁ ପ୍ରେରଣା ଯୋଗାଇଥିଲା । କିସବୁଙ୍କ ଟ୍ରାନ୍ସଫରମେସନ ପରେ ଇଣ୍ଟରେନଟରେ ଏହି ଫଟୋଗୁଡିକ ଏବେ ଖୁବ ଭାଇରାଲ ହେଉଛି ।
ସୂଚନାଥାଉ କି, କିସବୁ ରାଜସ୍ଥାନୀ ପରିବାରରେ ଜନ୍ମଗ୍ରହଣ କରିଥିବା ବେଳେ ସେ କେରଳର ରାସ୍ତାକଡ଼ରେ ବେଲୁନ ବିକୁଥିଲେ । ଏବେ କିସବୁଙ୍କ ଫଟୋ ଉଠାଇବାରେ ଫଟୋଗ୍ରାଫରଙ୍କ ଲାଗିଛି ଲମ୍ବା ଲାଇନ । କିସବୁ ଏଯାବତ ଅନେକ ଗୁଡ଼ିଏ ଫଟୋସୁଟ କରିସାରିଥିବା ଜଣାପଡ଼ିଛି ।