୧୯୦୮ ମସିହା ଅଗଷ୍ଟ ମାସ ଏଗାର ତାରିଖ । ପଶ୍ଚିମ ବାଙ୍ଗରା ମେଦିନାପୁର ଅଂଚଳରେ ହଜାର ହଜାର ଲୋକଙ୍କ ଶୁଅ ମୁଁହାଇ ଥିଲା ସ୍ମଶାନ ଆଡକୁ । ଭାରତମାତାକୀ ଜୟ ଧ୍ୟନି ପ୍ରକମ୍ପିତ କରୁଥିଲା ଚଉଦିଗକୁ । ୧୮ ବର୍ଷର ନବଯୁବକ ଶବଯାତ୍ରାର ସାରଥୀ ସାଜିଥିଲେ ହଜାର ହଜାର ଲୋକ । ଶ୍ମାଶନରେ ଶେଷକୃତ୍ୟ ସମ୍ପନ ପରେ ସେଇ ଅମ୍ଲାନ ଆତ୍ମାଙ୍କ ଚିତା ଭସ୍ମକୁ ସାଥିରେ ଧରି ଘରକୁ ବାହୁଡା କରିଥିଲେ ସେମାନେ । ୧୯୮୯ ମସିହା ଡିସେମ୍ବର ମାସ ୩ ତାରିଖ ଦିନ ଅବିଭାଜିତ ବଙ୍ଗଳା ପ୍ରଦେଶର ମେଦିନପୁର ଜିଲ୍ଲାରେ ଏକ ପ୍ରତିଷ୍ଠିତ ପରିବାରରେ ମହାନ କ୍ରାନ୍ତିକାରୀ କାଳଜୟୀ ଖୁଦିରାମ ବୋଷଙ୍କର ଜନ୍ମ ହୋଇଥିଲା ପିତା ତ୍ରିଲୋକନାଥ ବୋଷ ଓ ମାତା ଲଷ୍ମୀପ୍ରିୟା ବେଶ ଉଚ୍ଚଶିକ୍ଷିତ ଥିଲେ । ଭାଗ୍ୟର ବିଡମ୍ବନା ଏପରି ଥିଲା ମାତ୍ର ଛଅ ବର୍ଷ ବୟସରେ ମାତା ପିତାଙ୍କୁ ହରାଇବାକୁ ପଡିଥିଲା ତାଙ୍କୁ । ବଡ ଭଉଣୀ ଅପରୂପା ଦେବୀ ଖୁଦିରାମଙ୍କୁ ନିଜ ପାଖରେ ରଖି ବାଲ୍ୟ ଶିକ୍ଷା ଗ୍ରହଣ କରାଇଥିଲେ । ବାଲ୍ୟକାଳରୁ ଖୁଦିରାମ ବେଶ ନିର୍ଭିକ ଓ ଦେଶଭକ୍ତ ଥିଲେ। ବୀର ସାବରକରଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଖୁଦିରାମ ସ୍ୱାଧୀନତା ଆନ୍ଦୋଳନକୁ ଝାସ ଦେଇଥିଲେ । ବିହାରର ମୁଜ଼ାଫରପୁର ଠାରେ ଇଂରେଜ ଅଧିକାରୀଙ୍କ ଉପରକୁ ବୋମା ଫିଙ୍ଗିବା ଅପରାଧରେ ତାଙ୍କୁ ଗିରଫ କରାଯାଇ ୧୯୦୮ ମସିହା ୧୧ ଅଗଷ୍ଟ ତଥା ଆଜିର ଦିନରେ ଫାଶୀ ଦିଆଯାଇଥିଲା । ମାତ୍ର ୧୮ ବର୍ଷ ୮ ମାସ ୮ ଦିନରେ ଅମ୍ଲାନ ଆତ୍ମା ଖୁଦିରାମ ବୋଷଙ୍କର ଜୀବନ ଦୀପ ଲିଭିଯାଇଥିଲା । ଖୁଦିରାମ ବୋଷଙ୍କ ମହାନ ପୁଣ୍ୟ ତିଥିରେ ଏନଏନଏସ ପରିବାର ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳୀ…..
#KHUDIRAMBOSE #NNSODIA