ଭୁବନେଶ୍ୱର(ଏନଏନଏସ୍): ଆବାସ ଯୋଜନାରେ ଘରର ଫାଇନାଲ ବିଲ ପାସ୍ କରିବାକୁ ଲାଞ୍ଚ ନେଇ କନିଷ୍ଠ ଯନ୍ତ୍ରୀ ଗିରଫ। ହିତାଧିକାରୀଙ୍କ ଠାରୁ ୧୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଖଡିଆଳ ଏନଏସିର କନିଷ୍ଠ ଯନ୍ତ୍ରୀ ଦେବ ଚନ୍ଦନ ରାଉତ।
ଖଡିଆଳ ଏନଏସି ୧୨ ନମ୍ବର ୱାର୍ଡର ସୁରଜ ରାଉତଙ୍କ ନାଁରେ ପ୍ରଧାନମନ୍ତ୍ରୀ ଆୱାସ ଘର ମଞ୍ଜୁର ହୋଇଥିଲା। ଏହାର ଫାଇନାଲ ବିଲ କରିବା ପାଇଁ ସୁରଜ ଦେବ ଚନ୍ଦନ ରାଉତଙ୍କୁ କନିଷ୍ଠ ଯନ୍ତ୍ରୀ ଜଣକ ୧୦ ହଜାର ଟଙ୍କା ଦାବି କରିଥିଲେ। ଏନେଇ ହିତାଧିକାରୀଙ୍କ ପୁଅ ପ୍ରେମାନନ୍ଦ ରାଉତ ଆଜି ଖଡିଆଳର ପୁଟୁପଡା ପେଟ୍ରୋଲ ପମ୍ପ ହାଉସ ନିକଟରେ ଦେବ ଚନ୍ଦନ ରାଉତଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ଦେଉଥିବାବେଳେ କୋରାପୁଟ ଭିଜିଲାନ୍ସ ଟିମ ତାଙ୍କୁ ଧରିଥିଲା। ଏହାପରେ ଦେବ ଚନ୍ଦନଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରି ଖଡ଼ିଆଳ ଏନଏସି କାର୍ୟ୍ୟାଳୟକୁ ଆସି ବିଭିନ୍ନ କାଗଜପତ୍ର ଜବତ କରିବା ସହ କନିଷ୍ଠ ଯନ୍ତ୍ରୀଙ୍କୁ ଭବାନୀପାଟଣା ଭିଜିଲାନ୍ସ କୋର୍ଟକୁ ଚାଲାଣ କରିଛନ୍ତି ।