କେନ୍ଦ୍ରାପଡା ଜିଲ୍ଲା ରାଜକନିକାର ବରୁଣାଡିଆ ନିକଟ ଖରସ୍ରତାନଦୀରୁ ଭଦ୍ରକ ଜିଲ୍ଲାକୁ ଯିବାକୁ ଥିବା ବିବାଦୀୟ ପାନୀୟଜଳ ଜଳପ୍ରକଳ୍ପ ସ୍ଥାନ ପରିଦର୍ଶନ କରିଛନ୍ତି ପୂର୍ବତନ ଜଳସେଚନ ମନ୍ତ୍ରୀ ତଥା ବିଜେପି ନେତା ବିଜୟ ମହାପାତ୍ର । ଆଜି ଏହି ପ୍ରକଳ୍ପ ସ୍ଥାନରେ ପହଞ୍ଚିବା ସହିତ ଭାରିଗଦା ପଞ୍ଚାୟତରେ ଚାଲିଥିବାଖରସ୍ରୋତା ସଂଗ୍ରାମ ସମିତିର ଅନସନ ସ୍ଥଳରେ ପହଞ୍ଚି ଅନସନକାରୀଙ୍କ ସହିତ ଆଲୋଚନା କରିଥିଲେ ବିଜୟ ମହାପାତ୍ର । କେନ୍ଦ୍ରାପଡାରେ ପହଞ୍ଚି ଏହି ପ୍ରକଳ୍ପ ସମ୍ପର୍କରେ ସେ ଏକ ନୂଆ ତଥ୍ୟ ରଖିଛନ୍ତି । ତାଙ୍କ କହିବା ଅନୁଯାୟୀ ବ୍ରାହ୍ମଣୀର ଶାଖାନଦୀ ଖରସ୍ରୋତା । ଯେହେତୁ ବ୍ରାହ୍ମଣୀନଦୀରେ ଜଳ ପ୍ରବାହ କମିକମି ଆସୁଛି ତେଣୁ ଖରସ୍ରୋତା ପାଣି ଆଣିବ କେଉଁଠୁ । କୋଟିକୋଟି ଟଙ୍କା ଖର୍ଚ୍ଚକରି ଯଦି ଭଦ୍ରକ ଜିଲ୍ଲାକୁ ସରକାର ପାଣି ନେବାକୁ ଯୋଜନା କରିଛନ୍ତି ତେବେ ପାଣି ଅଭାବରୁ ଏ ପ୍ରକଳ୍ପ ତ ନିଜେ ଅଚଳ ହୋଇଯିବ । ଜଳସେଚନ ବିଭାଗର ବିନା ଅନୁଧ୍ୟାନ ରିପୋର୍ଟରେ ଏହି ପ୍ରକଳ୍ପ କାମ କରାଯିବା ଠିକ୍ ନୁହେଁ । ଏଣୁ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି କି ଜଳସେଚନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଭୟ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀର ଜଳ ପ୍ରବାହ ଉପରେ ଡିଟେଲ ଷ୍ଟଡି ରିପୋର୍ଟ ପ୍ରସ୍ତୁତ କରି ଏ ପ୍ରକଳ୍ପ କାର୍ଯ୍ୟ କରାଯାଉ । ଖରସ୍ରୋତା ନଦୀର ଜଳକୁ ନେଇ ଆନ୍ଦୋଳନ କରିଥିବା ସ୍ଥାନୀୟ ଜନତାଙ୍କ ଉପରେ ପୋଲିସର ଦମନଲୀଳାକୁ ବିଜୟ ନିନ୍ଦା କରିଛନ୍ତି । ଏହାଛଡା ଖରସ୍ରୋତା ନଦୀଳ ପାଣି ଓ ଭିତରକନିକାକୁ ନେଇ ପରିବେଶବିତ ଶ୍ରୀକାନ୍ତଙ୍କ ଅନସନକୁ ବିଜୟ ସ୍ବାଗତ କରିବା ସହିତ ଶ୍ରକାନ୍ତଙ୍କ ଅବସ୍ଥା ଖରାପ ଥିବାରୁ ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତୁ ବୋଲି ଦାବୀ କରିଛନ୍ତି ।
#kharasrota #BijayaMahapatra #NNSODIA