ବୁଣାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଚାଶ ହଜାର ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ଏହି ପ୍ୟାକେଜରେ କଂକ୍ରିଟ୍ ହୋଇନଥିବା ୧୫ହଜାର ଲୁମ୍ ପିଟ୍ କୁ ପର୍ଯ୍ୟାୟକ୍ରମେ ଆଗାମୀ ତିନି ବର୍ଷରେ କଂକ୍ରିଟ୍ କରାଯିବ । ପ୍ରତି ଲୁମ୍ ପିଟ୍ କଂକ୍ରିଟ ପାଇଁ ୭ହଜାର ଟଙ୍କା ଲେଖାଏ ଖର୍ଚ୍ଚ କରାଯିବ। ସୂଚନାଯୋଗ୍ୟ ଯେ, ରାଜ୍ୟର ୩୧,୩୪୨ ଟି ଲୁମ୍ ପିଟ୍ ମଧ୍ୟରୁ ଏପର୍ଯ୍ୟନ୍ତ ୧୫,୦୭୧ଟି ଲୁମ୍ ପିଟ୍ କୁ କଂକ୍ରିଟ କରାଯାଇଛି । ସେହିପରି ୩୦୦୦ ବୁଣାକାର ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ପ୍ୟାକେଜ ଅଧିନରେ ପ୍ରାଥମିକତା ଭିତ୍ତିରେ ହାଉସ୍-କମ୍-ଓ୍ବାର୍କ ସେଡ୍ ଯୋଗାଇ ଦିଆଯିବ । ଏ ପର୍ୟ୍ୟନ୍ତ ୧୧୬୯୫ଟି ହାଉସ୍-କମ୍-ଓ୍ବାର୍କ ସେଡ୍ ବୁଣାକାର ପରିବାରକୁ ଯୋଗାଇ ଦିଆଯାଇଛି ।
…………………………..
ଆସନ୍ତା କାଲି ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଛାତ୍ରଛାତ୍ରୀମାନେ orissaresults.nic.in ୱେବ୍ସାଇଟ୍କୁ ଯାଇ ରେଜଲ୍ଟ ଦେଖିପାରିବେ । କୋଭିଡ୍ କଟକଣା ଯୋଗୁଁ ଚଳିତବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଚଳିତବର୍ଷ କଳାରେ ୨ ଲକ୍ଷ ୨୦ ହଜାର ୪୩୭ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ । ସେହିପରି ଧନ୍ଦାମୂଳକ ଶିକ୍ଷାରେ ୭ ହଜାର ୩୨ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି ।
…………………………..
ସୁରକ୍ଷା ବାହିନୀକୁ ବଡ ସଫଳତା: କୁଲଗ୍ରାମ୍ରେ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ଜାମ୍ମୁ କାଶ୍ମୀରର କୁଲଗ୍ରାମ୍ରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ।ସ୍ଥାନୀୟ ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ରେ ରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଆତଙ୍କୀଙ୍କ ପାଖକୁ ପାଖରୁ ରକେଟ୍ ଲଞ୍ଚର ସହ ଅନେତ ମାରଣାସ୍ତ୍ର ଜବତ କରିଛି ସେନା। ଫଳରେ ଶ୍ରୀନଗର-ଜମ୍ମୁ ହାଇୱେରେ ଯାତାୟତ ଉପରେ ପ୍ରତିବନ୍ଧକ ଲଗାଯାଇଛି ।
…………………………..
ଧୀରେ ଧୀରେ ଆଫଗାନିସ୍ତାନରେ କାୟା ବିସ୍ତାର କରୁଛି ଆତଙ୍କୀ ସଙ୍ଗଠନ ତାଲିବାନ କାନ୍ଦାହାର ଓ ହୈରାତ୍ ପରେ ଆଫଗାନିସ୍ତାନର ଲସ୍କର ଗାହ ସହରକୁ ତାଲିବାନ ଅକ୍ତିଆର କରିନେଇଥିବା ଜଣାପଡ଼ିଛି। ଆମେରିକା ନିଜ ସୈନ୍ୟ ଫେରାଇନେବା ପରେ ଏବେ ତାଲିବାନ ମାନେ ଦ୍ରୁତ ବେଗରେ ଆଫଗାନିସ୍ତାନର ସହର ନିଜ ଦଖଲକୁ ନେଉଥିବା ଦେଖାଯାଇଛି। ତାଲିବାନ ପକ୍ଷରୁ କୁହାଯାଇଛି ଯେ, ସେମାନେ ହୈରାତ ଅନ୍ତର୍ଜାତୀୟ ବିମାନବନ୍ଦରକୁ ସମ୍ପୂର୍ଣ୍ଣ ଦଖଲକୁ ନେଇଛନ୍ତି ଏବଂ ବିମାନବନ୍ଦରର ସମସ୍ତ କର୍ମଚାରୀ ଆତ୍ମସମର୍ପଣ କରିଛନ୍ତି।