ଦେଶରେ ପତ୍ୟେକ ନାଗରିକ ଯେଭଳି ବିଦ୍ୟୁତ ଭଳି ମୌଳିକ ସେବା ପାଇ ପାରିବେ ସେଥିପ୍ରତି ଅନେକ ଗୁରୁତ୍ୱ ଦିଆ ଯାଉଛି । କିନ୍ତୁ ସ୍ବାଧୀନତାର ୭୫ ବର୍ଷ ବିତିଯାଇଥିଲେ ବି ଆଜି ମଧ୍ୟ ଏପରି କିଛି ଗାଁ ଅଛି ଯେଉଁଠି ଏପର୍ଯ୍ୟନ୍ତ ବିଦ୍ୟୁତ ସେବା ପହଞ୍ଚି ପାରିନାହିଁ । ତାର ଟଣl ହେବାର ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ଗାଁର ପାଞ୍ଚ ପାଞ୍ଚଟି ପରିବାର ଅନ୍ଧାରରେ ଜୀବନ ବିତାଉଛନ୍ତି । କେବେ ବିଜୁଳି ଆସିବ ଆଉ କେବେ ଅନ୍ଧାର ଯିବ । ଏହି ଆଶା ନେଇ ଗ୍ରାମର ଚିଡ଼ିଆ ନାଏକ ଓ ଚଇଧରି ନାଏକଙ୍କ ସହ ପାଞ୍ଚଟି ପରିବାର ବର୍ତ୍ତମାନ ପର୍ଯ୍ୟନ୍ତ ଚାହିଁ ବସିଛନ୍ତି l କେନ୍ଦୁଝର ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ବଡ଼ଦେରା ଗ୍ରାମକୁ ଦୀର୍ଘ ଦୁଇ ବର୍ଷ ତଳେ ବିଦ୍ୟୁତ ଖୁଣ୍ଟ ପୋତି ଓ ତାର ଟଣl ହୋଇ ଥିଲେ ମଧ୍ୟ ବିଦ୍ୟୁତ ବିଭାଗର ଅବହେଳା ଯୋଗୁ ବର୍ତମାନ ମଧ୍ୟ ଏହି ପାଞ୍ଚ ଟି ପରିବାର ଅନ୍ଧାର ରେ ରହି ଆସୁଥିବା ଅଭିଯୋଗ ହୋଇଛି l ଏ ନେଇ ବାରମ୍ବାର ବିଦ୍ୟୁତ ବିଭାଗକୁ ଅନୁରୋଧ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ l ତେଣୁ ବିଦ୍ୟୁତ ସୁବିଧା ପାଉ ନଥିବା ଏହି ପାଞ୍ଚଟି ପରିବାର ଲୋକଙ୍କ ପକ୍ଷରୁ ତୁରନ୍ତ ବିଦ୍ୟୁତ ସଂଯୋଗ ପାଇଁ ଦାବୀ କରାଯାଇଛି l
#keonjhar #NNSODIA