ପୋଲିସର ଦାଦାଗିରି । ଗଣମାଧ୍ୟମର ଅସମ୍ମାନ। ମହିଳା ସମ୍ବାଦିକାଙ୍କୁ ଦୁର୍ବ୍ୟବହାର । ବିନା ମାସ୍କରେ ପୋଲିସ ଅଧିକାରୀ । ଦେଖନ୍ତୁ ଏହି ଭିଡ଼ିଓଟିକୁ । ସୂଚନା ଅନୁଯାୟୀ ଜଣେ ପିଡ଼ିତାଙ୍କର ଅଭିଯୋଗ ନେଇ ଗଣମାଧ୍ୟମ କେନ୍ଦ୍ରାପଡ଼ା ଏସପି ଅଫିସରେ ପହଞ୍ଚିବା ଥିଲେ କିନ୍ତୁ ସେଠି ପହଞ୍ଚିବା ବେଳକୁ ସେଠାକାର ଅତିରିକ୍ତ ଏସପି କୃତିବାସ ଜେନା ଏବଂ ଅନ୍ୟ ପୋଲିସ ଅଫିସର ମାନେ ବିନା ମାସ୍କରେ ବସି କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା । ଏ ନେଇ ଜଣେ ମହିଳା ସମ୍ବାଦିକା ପ୍ରଶ୍ନ ପଚାରିବାରୁ ଏସପି ମହାଶୟ ରାଗରେ ସମ୍ବାଦିକାଙ୍କ ସହ ଦୁର୍ବ୍ୟବହାର କରିବା ଆରମ୍ଭ କରି ଦେଇଥିଲେ । ଏ ସବୁ ଦୃଶ୍ୟ କ୍ୟାମେରାରେ ସୁଟ ହେଉଥିବାରୁ ଏସପି ସାହେବ ସୁଟ କାହିଁକି କରୁଛ ବୋଲି କହି ଯୁକ୍ତିତର୍କ କରିବା ଆରମ୍ଭ କରିବା ସହ ଶିଘ୍ର ପଳାଇବାକୁ କହିଥିଲେ । ତେବେ ଏଠି କୋରୋନଅର ଆଳ ଦେଖାଇ ପୋଲିସ ବାବୁମାନେ ମାସ୍କ ପିନ୍ଧିନଥିବ ଲୋକମାନଙ୍କ ଠାରୁ ମନଇଚ୍ଛା ଫାଇନ କାଟୁଛି କିନ୍ତୁ ନିଜେ ଅତିରିକ୍ତ ଏସପି ବିନା ମାସ୍କରେ ଗଣମାଧ୍ୟମ ସହ ଯୁକ୍ତି କରୁଛନ୍ତି । ଏଠାରେ ପୋଲିସର ଲୋକମାନଙ୍କ ପ୍ରତି ଯେଉଁ ବ୍ୟବହାର ରହିଛି ତାହା ଏଠାରେ ସ୍ପଷ୍ଟ ଜଣାପଡିଯାଉଛି। ନିରୀହ ଲୋକେ ନ୍ୟାୟ ପାଇବା ବଦଳରେ ଏଠି ନିର୍ଯ୍ୟାତନା ପାଉଥିବାର ଦେଖିବାକୁ ମିଳିଛି ।
#kendrapara #NNSODIA