ଗୋବରୀ ନଦୀରେ କୁମ୍ଭୀର ଆତଙ୍କ ଆମ ରାଜ୍ୟର ନଦୀଭିତ୍ତିକ ଜିଲ୍ଲା ରେ କେନ୍ଦ୍ରାପଡ଼ା ର ସ୍ୱତନ୍ତ୍ର ସ୍ଥାନ ଥିବାବେଳେ ପର୍ଯ୍ୟଟନ ସ୍ଥଳ ଭାବେ ଭିତରକନିକାର ନା କିଏ ଵା ନଜାଣେ । ରାଜ୍ୟରୁ ଏବଂ ରାଜ୍ୟ ବାହାରୁ ବହୁ ଦୂର ଦୁରାନ୍ତରୁ ଅନେକ ପର୍ଯ୍ୟଟକ ମାନେ ଏଠାକୁ ଭଲିକି ଭଲି କୁମ୍ଭୀରର ଝଲକ ଦେଖିବାକୁ ଆସିଥାନ୍ତି । ଏଠାକାର ନଦୀ ଓ ଉପନଦୀ ମାନଙ୍କରେ ଅନେକ ସମୟରେ କୁମ୍ଭୀର ଜଳକ୍ରୀଡା କରିବାର ଦୃଶ୍ୟ ଦେଖିବାକୁ ମିଳିଥାଏ । ଏହି ଦୃଶ୍ୟ ଦେଖି ଲୋକମାନେ ବେଶ ମଜା ନେଇଥାନ୍ତି । କିନ୍ତୁ ବେଳେ ବେଳେ ସେଇ କୁମ୍ଭୀର ମାଁନଙ୍କ ମୁହଁରେ ହିଁ ମଣିଷର ଜୀବନ ଚାଲିଯାଇଥାଏ । ଆମେ ଏପରି ଏକ ଦୃଶ୍ୟ ଦେଖାଇବାକୁ ଯାଉଛୁ ଯାହା ଦେଖିଲେ ନିଶ୍ଚିତ ଭାବେ ଆପଣଙ୍କ ରୋମ ଟାଙ୍କୁରୀ ଯିବ । ଏ ଦୃଶ୍ୟ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ଓଳିହା ଗ୍ରାମ ପାଖ ଗୋବରୀ ନଦୀର । ହଁ ଆଜ୍ଞା… ଗୋବରୀ ନଦୀ, ଯେଉଁ ନଦୀରେ ପାଖାପାଖି ଗ୍ରାମର ଶତାଧିକ ଗ୍ରାମବାସୀ ମାଛ ଧରି ସେମାନଙ୍କର ନିତିଦିନର ଗୁଜୁରାଣ ମେଣ୍ଟାଇଥାନ୍ତି । କିନ୍ତୁ ଆଜି ସେଇ ନଦୀରେ ଏକ ବିରାଟ କୁମ୍ଭୀର ଏକ ଅଜଣା ମରଶରୀରକୁ ଝାମ୍ପି ଖାଉଥିବାର ଦେଖିବାକୁ ମିଳିଛି । କୁମ୍ଭୀର ଙ୍କ ଏପରି ଉପଦ୍ରଵ ଦେଖି ସ୍ଥାନୀୟ ଅଞ୍ଚଳବାସୀ ଅନେକ ମାତ୍ରାରେ ଭୟଭୀତ ହୋଇପଡିଛନ୍ତି । ତେବେ ମୃତ ବ୍ୟକ୍ତିଙ୍କର ପରିଚୟ ମିଳିପାରିନାହିଁ । କିନ୍ତୁ ପ୍ରଶ୍ନ ଉଠୁଛି ରାଜନଗର ଠାରୁ ମହାକାଳପଡ଼ା ଯାଏଁ ଏପରି କୁମ୍ଭୀର ଆତଙ୍କରେ ଅଞ୍ଚଳବାସୀ କେତେଦିନ ଆଉ ଡରି ଡରି ଚଳିବେ । ଆଉ ପ୍ରଶାସନ ର ଦୃଷ୍ଟି ଏଥି ପ୍ରତି କାହିଁକି ନାହିଁ ? ଯାହା ଏବେ ସାଧାରଣରେ ଆଲୋଚନା ର ବିଷୟ ପାଲିଟିଛି ।
#kendrapara #GobariRiver #NNSODIA