ଚାରିଆଡେ ପାଣି , ଯେଉଁଠି ଦେଖିବ ବର୍ଷା ଜଳ ଲହଡ଼ି ଭାଙ୍ଗୁଛି । କେନ୍ଦ୍ରାପଡା ପୌରପରିଷଦ ଅଞ୍ଚଳର ଏହେଉଛି ବିକାଶର ବିରଳ ଚିତ୍ର । ବଙ୍ଗୋପ ସାଗର ରେ ହୋଇଥିବା ଲଘୁଚାପ ପ୍ରଭାବରେ ପୂର୍ବ ଓଡ଼ିଶାର ବିଭିନ୍ନ ସ୍ଥାନ ରେ ପ୍ରବଳ ବର୍ଷା ହୋଇଥିଲା, ଏହି ବର୍ଷା ରେ ସାଧାରଣ ଲୋକଙ୍କ ଦୈନଦିନ କାର୍ଯ୍ୟ ଠପ୍ ହୋଇଯାଇ ଥିଲା ପାଣି ପାଗ ରେ କିଛି ଟା ପରିବର୍ତ୍ତନ ଆସିଲା ପରେ ଅନେକ ସ୍ଥାନରେ ଘର ଭିତରେ ପାଣି ପଶିଯିବା ଦୃଶ୍ୟ ସାମ୍ନା କୁ ଆସିଲା ,କେନ୍ଦ୍ରାପଡ଼ା ପୌର ପରିଷଦ ର ବିଭିନ୍ନ ୱାର୍ଡ ରେ ରାସ୍ତା ପାଣି ଚାଲିବା ସହ ଘରେ ମଧ୍ଯ ପାଣି ପଶି କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି , ସମସ୍ତ ୱାର୍ଡ ଗୁଡିକରେ ଡ୍ରେନେଜ ନିର୍ମାଣ ପାଇଁ ପୁର୍ବରୁ ପ୍ରସ୍ତୁତି ପାଇଁ ବାରମ୍ବାର ଅଭିଯୋଗ ହୋଇଛି ହେଲେ ମଧ୍ୟ କୌଣସି ସ୍ଥାନରେ ସଠିକ ସମୟରେ ଡ୍ରେନେଜ କାର୍ଯ୍ୟ ଶେଷ ହୋଇ ନଥିବାରୁ ବର୍ଷା ଜଳ ନିଷ୍କାସନ ର ସମସ୍ତ ରାସ୍ତା ବନ୍ଦ ହୋଇଯାଇଥିଲା । ଫଳରେ ଅଧିକାଂଶ ୱାର୍ଡ ରେ ବର୍ଷା ଜଳ ଘର ଭିତରକୁ ପଶି ଯାଇଥିଲା । ବର୍ଷା ପୂର୍ବରୁ କୁମ୍ଭ କର୍ଣ୍ଣ ନିଦ୍ରା ରେ ଶୟନ କରିଥିବା କେନ୍ଦ୍ରାପଡ଼ା ପୌର ପରିଷଦ ବିଭିନ୍ନ ଅଞ୍ଚଳ ରେ ଘରେ ପାଣି ପଶିବା ପରେ ଏବେ ଜଳ ନିଷ୍କାସନ ପାଇଁ ଅଣ୍ଟା ଭିଡ଼ିଛି ଯାହାକୁ ନା ପସନ୍ଦ କରି ପୌର ପରିଷଦ ବିରୋଧ ରେ ସ୍ୱର ଉଠାଇ ଛନ୍ତି କେନ୍ଦ୍ରାପଡ଼ା ପୌର ପରିଷଦ ର ବରିଷ୍ଟ କାଉନସିଲର। ତଥା ପୌର ପରିଷଦ ର ବିରୋଧି ଦଳ ନେତା ଶରତ କୁମାର ବେହୁରା । କେନ୍ଦ୍ରାପଡ଼ା ପୌରରିଷଦ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ପାର୍କ , ଲାଇଟ୍ , ପାଠାଗାର , ଆଦି ନିର୍ମାଣ ଚାଲିଥିବା ବେଳେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବସ୍ଥା ପହଞ୍ଚି ସାରିଛି , କେଉଁଠି ଡ୍ରେନେଜ ତିଆରି କାର୍ଯ୍ୟ ଚାଲୁ ରହିଛି ତ କେଉଁଠି ଡ୍ରେନେଜ ସୁବିଧା ନାହିଁ , ପେପର, ଟିଭି , ସୋସିଆଲ ମିଡିଆ ତଣ୍ଟି ଫଟେଇ ଚିତ୍କାର କରୁଥିଲେ ମଧ୍ୟ ବଦଳୁନି କେନ୍ଦ୍ରାପଡ଼ା ପୌର ପରିଷଦ ର ବ୍ୟବସ୍ଥା । ପୂର୍ବ ବର୍ଷ ମଧ୍ୟ ଏହି ଭଳି ବର୍ଷା ଜଳ ବିଭିନ୍ନ ୱାର୍ଡ ର ଲୋକ ମାନଙ୍କୁ ନାକେଦମ କରିଥିଲା । ଆଉ ଏ ବର୍ଷ ଚିତ୍ର ରେ କିଛି ପରିବର୍ତ୍ତନ ଆସିବ ବୋଲି ଆଶାବାଦୀ ଥିବା ଲୋକ ମାନେ ନିରାଶ ହୋଇ ଜଳ ନିଷ୍କାସନ ପାଇଁ ବାଟ ଖୋଜୁଛନ୍ତି ,ଦୀର୍ଘ ବର୍ଷ ହେବ ପୌର ପରିଷଦର ଦାୟିତ୍ବ ନିର୍ବାହ କରୁଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ଉପରେ ବହୁ ବାର ବିରୋଧୀ ଙ୍କ ସ୍ଵର ଶାଣିତ ହୋଇ ଉଠୁଥିବା ବେଳେ ପୌରପାଳିକା ଅଧକ୍ଷ ଦାୟିତ୍ବରେ ଥିବା ଉପଜିଲ୍ଲାପାଳ ଙ୍କ ନିରବତା କାର୍ଯ୍ୟାନୁଷ୍ଠାନ କୁ ଶୀତଳ କରିଦେଇଛି , ଯାହାକୁ ନେଇ ଏବେ ପୌର ପରିଷଦରର ସାଧାରଣ ଲୋକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
#kendrapara #flood # #NNSODIA