କେନ୍ଦ୍ରାପଡ଼ା ଅଞ୍ଚଳରେ ଦିନକୁ ଦିନ ବଢିଚାଲିଛି ନିଶା କାରବାର । ଏହାର ପ୍ରଭାରେ ଅପରାଧିକ କଳାପର ମାତ୍ରା ବି ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଶେଷ କରି ଯୁବଗୋଷ୍ଠୀ ଏସବୁ ପ୍ରତି ବେଶୀ ଆକର୍ଷିତ ହୋଇଥାନ୍ତି । ଅନ୍ୟପକ୍ଷରେ ନିଶା ଦ୍ରବ୍ୟ ଗୁଡିକ ଅତି ସହଜରେ ମଧ୍ୟ ମିଳିଯାଉଛି ।
କିଛିଦିନ ପୂର୍ବରୁ କେନ୍ଦ୍ରାପଡ଼ା ଅଞ୍ଚଳରୁ ଦୁଇ ଦୁଇ ଥର ବ୍ରାଉନ ସୁଗାର ଜବତ କରା ଯାଇଥିଲା । ପ୍ରଥମ ଥର କେନ୍ଦ୍ରାପଡ଼ା ଅବକାରୀ ବିଭାଗ କଟକଚାନ୍ଦବାଲି ରାସ୍ତାର ସୌଭାଗ୍ୟ ମଣ୍ଡପ ନିକଟରୁ ୧୫ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିଲା । ଯାହାର ବଜାରର ମୂଲ୍ୟ ପ୍ରାୟ ଦେଢଲକ୍ଷ ଟଙ୍କା ହେବ । କେନ୍ଦ୍ରାପଡା ବ୍କକ କପାଳେଶ୍ବର ଗାଁର ରାଜୀବ କୁମାର ପତି ନାମକ ଜଣେ ପାଣି ପାଇପ୍ ମିସ୍ତ୍ରୀ ଯାଜପୁର ଜିଲ୍ଲାର ବାଲିଚନ୍ଦ୍ରପୁର ଅଞ୍ଚଳରୁ ଏହି ବ୍ରାଉନ ସୁଗାର ବାଇକରେ ଆଣୁଥିଲେ ବୋଲି ସେ ନିଜେ ସ୍ବିକାର ମଧ୍ଯ କରିଥିଲେ । ଯାହାକୁ ସେ ନିଜେ ଖାଆନ୍ତି ଆଉ ଅନ୍ୟ ସାଙ୍ଗସାଥି ମାନଙ୍କୁ ଖୁଆନ୍ତି । ଏହାର କିଛିଦିନ ପରେ ପରେ ପୁଣି ଥରେ ଜବତ ହେଲା ଚୋରା ବ୍ରାଉନସୁଗାର । ପଟ୍ଟାମୁଣ୍ଡାଇ ଥାନା ଦକ୍ଷୀଣଦିଆ ଗାଁର ଜଣେ ବିଧବା ମହିଳାଙ୍କ ଠାରୁ ପଟ୍ଟାମୁଣ୍ଡାଇ ଅବକାରୀ ବିଭାଗ ୧୮ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ତାଙ୍କ ଠାରୁ ନଗଦ ୪୮ ହଜାର ଟଙ୍କା ଜବତ କରିଥିଲେ । ବ୍ରାଉନ ସୁଗାରର ଦାମ୍ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଥିଲେ । ତେବେ ଉଭୟଙ୍କୁ ଏନ୍ ଡି ପି ଏସ୍ ର ଦଫା ୨୧ ରେ କୋର୍ଟ ଚାଲାଣ କରିଥିଲେ ଅବକାରୀ ବିଭାଗ । ଗତକାଲି ପୁଣି କେନ୍ଦ୍ରାପଡ଼ା ଅନ୍ତର୍ଗତ ବାରୋ ଗ୍ରାମରୁ ବିପୁଳ ପରିମାଣର ନକଲି ମଦ ଜବତ କରାଯାଇଛି । ବରୋ ଗ୍ରାମର ଶ୍ରୀଧର ଦାସ ନାମକ ଜଣେ ବ୍ୟକ୍ତିଙ୍କ ଘରେ ବିଦେଶୀ ମଦ ତିଆରି ହେଉଥିବା ଖବର ପାଇ କେନ୍ଦ୍ରାପଡ଼ା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ଚଢାଉ ସମୟରେ ଶ୍ରୀଧର ଦାସ ଙ୍କ ଘରୁ ୧୦୦ ବୋତଲ ବିଦେଶୀ ନକଲି ମଦ ସହ କିଛି ଠିପି ଡ୍ୟୁପ୍ଲିକେଟ କେଟ୍ ସିଲ୍ ସରକାରୀ ଲୋଗୋ ଥିବା ଷ୍ଟିକର ଓ ଖୋଲା ଠିପି ଗୋଟିଏ ୫ ଲିଟିରିଆ ଜାର ୧୦୨୦ ଖାଲି ଠିପି ଖାଲି ଥିବା ପୁରୁଣା ଭିନ୍ନ କମ୍ପାନୀ ନାମରେ ଥିବା ଖାଲି ବୋତୋଲ ଜବତ୍ କରିବା ସହ ଶ୍ରୀଧର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଅଧିକା ତଦନ୍ତ କରିବା ପାଇଁ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି ।