କେନ୍ଦ୍ରାପଡା ପୌର ଟାଉନହଲ୍ ଠାରେ ଜିଲ୍ଲାରେ ଆଜି ବିଜେଡି ଲିଗାଲଫ୍ରଣ୍ଟର ସମାବେଶ ଅନୁଷ୍ଠିତ ହୋଇଛି । ଏହି ସମାବେଶରେ କେନ୍ଦ୍ରାପଡା ଜିଲ୍ଲା ବିଜେଡିର ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟ, ରାଜ୍ୟ ବିଜେଡି ଲିଗାଲଫ୍ରଣ୍ଟ ସଭାପତି ଆଡଭୋକେଟ ମିଲନ କାନୁନଗୋ, ଜିଲ୍ଲାର ସମସ୍ତ ବିଧାୟକ ମାନେ ଯୋଗଦେଇଥିଲେ । ଜିଲ୍ଲା ଓକିଲ ମାନଙ୍କର ସମସ୍ୟା ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଇନଜୀବୀ କଲ୍ୟାଣ ପାଣ୍ଠିକୁ ୫ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହି ଅନୁଦାନ ବୃଦ୍ଧି କରିବାକୁ ଆଇନଜୀବୀମାନେ ଦାବି କରିଥିଲେ । କେନ୍ଦ୍ରାପଡା ଜିଲ୍ଲାରେ ଭିଜଲାନ୍ସ କୋର୍ଟ ଖୋଲିବାକୁ ଦାବି କରିଛି ଜିଲ୍ଲା ବିଜେଡି ଲିଗାଲ ଫ୍ରଣ୍ଡ । ଏହାଛଡା ଓକିଲ ମାନଙ୍କୁ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ସବୁ ଓକିଲ ମାନଙ୍କୁ ସ୍ବାସ୍ଥ୍ୟ ବୀମା ସ୍ମାର୍ଟକାର୍ଡ ଦାବି କରାଯାଇଛି । ଏହା ସହିତ ଗାଁ ଗଣ୍ଡାରୁ ଆସୁଥିବା ଗରିବ ଲୋକମାନେ କିପରି ବିଜୁ ଲିଗାଲ ଫଣ୍ଡ ର ସହଯୋଗ ପାଇବେ ସେନେଇ ଆଇନଜୀବୀ ମାନେ କାର୍ଯ୍ୟ କରିବେ ବୋଲି ମଧ୍ୟ କହିଛନ୍ତି ।