କେନ୍ଦ୍ରାପଡା ଜିଲ୍ଲାର କିନ୍ନର ଏଲିନା ଦାସଙ୍କୁ ଆଜି ସ୍ବୀକୃତି ପତ୍ର ପ୍ରଦାନ କରିଛି କେନ୍ଦ୍ରାପଡା ଜିଲ୍ଲାପ୍ରଶାସନ । ଜଣେ କିନ୍ନର ଭାବେ ସ୍ବିକୃତି ପାଇବାକୁ ପ୍ରଥମକରି ଏଲିନା ଅନଲାଇନରେ ଜିଲ୍ଲାପ୍ରଶାସନଙ୍କ ନିକଟରେ ଆବେଦନ କରିଥିଲେ । କେନ୍ଦ୍ରାପଡା ବ୍ଲକର ଗୋପଛକଠାରେ ରହୁଥିବା କିନ୍ନର ଏଲିନା ଦାସଙ୍କୁ ଆଜି କେନ୍ଦ୍ରାପଡା ଜିଲ୍ଲାପ୍ରଶାସନ ପରିଚୟ ପତ୍ର ଓ ପ୍ରମାଣପତ୍ର ପ୍ରଦାନ କରିଛନ୍ତି । ଏଲିନା ଜିଲ୍ଲାର ପ୍ରଥମ କିନ୍ନର ଭାବେ ନିଜର ସରକାରୀ ପରିଚୟପତ୍ର ଅନଲାଇନରେ ପାଇବାକୁ ଆବେଦନକରି ତାହା ପାଇପାରିଛନ୍ତି । କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଜି କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟରେ ଏଲିନାଙ୍କୁ ଏହି ସରକାରୀ ସ୍ବିକୃତି ପତ୍ର ଓ ପ୍ରମାଣପତ୍ର ଦେଇଛନ୍ତି । ଏହି ସରକାରୀ ସ୍ବିକୃତି ପାଇବାପରେ କିନ୍ନରମାନେ ଆତ୍ମନିର୍ଭରଶୀଳ ହେବାକୁ ରାଜ୍ୟ ସରକାରଙ୍କ ଦ୍ବାରା ବିଭିନ୍ନ ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହୋଇପାରିବେ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ କୁମାର ଦାସ ସୂଚନା ଦେଇଛନ୍ତି । ଏବେ କେନ୍ଦ୍ରାପଡା ଜିଲ୍ଲାରେ ମୋଟ୍ ୯ ଜଣ କିନ୍ନର ରହିଛନ୍ତି । ସେମାନଙ୍କ ମଧ୍ୟରୁ ୪ଜଣ କିନ୍ନର ଅଫଲାଇନରେ ଆବେଦନକରି ଜିଲ୍ଲା ପ୍ରଶାସନ ନିକଟରୁ ନିଜର ପରିଚୟ ଓ ପ୍ରମାଣପତ୍ର ନେଇଛନ୍ତି ।
#KENDRAPARA #NNSODIA